ଦିନ ଦ୍ୱିପ୍ରହରରେ ଟଙ୍କା ଭ୍ୟାନର କର୍ମଚାରୀଙ୍କୁ ଲଙ୍କାଗୁଣ୍ଡ ମାରି ଲୁଟିନେଲେ କୋଟିଏ

ଗୁରୁଗ୍ରାମରେ କିଛି ଦୁର୍ବତ୍ତ ଟଙ୍କା ଆଦାୟ କରୁଥିବା ଏସ ଆଣ୍ଡ ଆଇବି ଏଜେନ୍ସିର କର୍ମଚାରୀଙ୍କୁ ଲଙ୍କାଗୁଣ୍ଡ ମାରି କୋଟିଏ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁସାରେ କର୍ମଚାରୀମାନେ ସକାଳୁ ପ୍ରାୟ ୧୧ କମ୍ପାନୀଙ୍କଠାରୁ ଟଙ୍କା ଆଦାୟ କରିଥିଲେ । ଟଙ୍କା ଆଦାୟ ପରେ କର୍ମଚାରୀମାନେ ସେକ୍ଟର-୫୩ରେ ଏଚଡିଏଫସି ବ୍ୟାଙ୍କରେ ନଗଦ ଟଙ୍କା ଜମା କରନ୍ତି ।

କୁହାଯାଉଛି ଯେ କର୍ମଚାରୀମାନେ ମାରୁତିର ଏକ ସୋରୁମରୁ ଟଙ୍କା କଲେକସନ କରିବା ପାଇଁ ଏକ ଭ୍ୟାନ୍ ରେ ଅପେକ୍ଷା କରିଥିଲେ । ଏତିକି ବେଳେ ତିନି ଜଣ ଦୁର୍ବତ୍ତ ଆସି ଡ୍ରାଇଭର ଏବଂ ସିକ୍ୟୁରିଟିଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇଥିଲେ । ଏହା ପରେ ସେମାନେ ବାକି ଅଧିକାରୀଙ୍କୁ ବନ୍ଧୁକ ମୁନରେ ଧମକାଇ ପ୍ରାୟ ଏକ କୋଟି ଟଙ୍କା ଥିବା ବ୍ୟାଗ୍ କୁ ଲୁଟି ନେଇଥିଲେ ।

ଗାଡ଼ିଟି ସୋରୁମ୍ ବାହାରେ ଛିଡ଼ା ହୋଇଥିଲା । ଏହି ସମୟରେ କମ୍ପାନୀର କର୍ମଚାରି ଅଖିଳେଶ ସୋରୁମକୁ ଟଙ୍କା ଆଣିବାକୁ ଯାଇଥିଲେ ଏବଂ ସିକ୍ୟୁରିଟି ଗାର୍ଡ ଓ ଡ୍ରାଇଭର ଗାଡ଼ିରେ ଅପେକ୍ଷା କରିଥିଲେ । ଏହି ସମୟରେ ଦୁର୍ବତ୍ତ ଆସି ବନ୍ଧୁକ ମୁନରେ ସେମାନଙ୍କୁ ନେଇଥିଲେ ।

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଡର ଓ ଭୟର ମାହୋଲ ଖେଳିଯାଇଥିଲା । ଘଟଣା ବିଷୟରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଛାନବିନ୍ ଆରମ୍ଭ କରିଥିଲା । ବର୍ତ୍ତମାନ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଦୁର୍ବୁତ୍ତମାନଙ୍କୁ ଧରୁିବାକୁ ଚେଷ୍ଟା ଚଳାଇଛି ।