fbpx

ରାଜ୍ୟକୁ ୧ ଲକ୍ଷ କୋଟିର ପ୍ରକଳ୍ପ, ଶ୍ରୀଲଙ୍କାରୁ ଅଧିକ ରେଳ ଲାଇନ ଓଡିଶାରେ ରହିଛି: ଅଶ୍ୱିନୀ ବୈଷ୍ଣବ

Advertisement

ଓଡ଼ିଶା ଭାସ୍କର : ଓଡିଶାକୁ ୧ ଲକ୍ଷ କୋଟିର ପ୍ରକଳ୍ପ ଦିଆଯିବାକୁ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତାହାସହ ଓଡିଶା ଇଲେକଟ୍ରୋନିକ ମ୍ୟାନୁଫେକଚରିଂର କ୍ଲଷ୍ଟର ଭାବରେ ମଧ୍ୟ ପରିଚିତ ହେବାକୁ ଯାଉଛି । ଆଗାମୀ ୫ ବର୍ଷ ମଧ୍ୟରେ ଓଡିଶାକୁ ୧ ଲକ୍ଷ କୋଟିର ନୂଆ ପ୍ରକଳ୍ପ ଆସିବ ବୋଲି କହିଛନ୍ତି ଅଶ୍ୱିନୀ । ପୂର୍ବରୁ ଓଡିଶାକୁ ରେଳୱେ କ୍ଷେତ୍ରରେ ଅଣଦେଖା କରାଯାଉଥିଲା । ୧୦ ବର୍ଷ ତଳେ ଓଡିଶାକୁ ରେଳ ପାଇଁ ମାତ୍ର ୮୦୦ କୋଟି ଅନୁଦାନ ଆସୁଥିଲା । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା । ମାତ୍ର ବିଜେପି ସରକାର ଆସିବା ପରେ ଗତ ୩ ବର୍ଷ ମଧ୍ୟରେ ଓଡିଶାର ରେଳୱେର ଅନେକ କାମ ହୋଇଛି । ପ୍ରତିବର୍ଷ ଓଡିଶାର ରେଳୱେ ପାଇଁ ପ୍ରାୟ ୧୦ ହଜାର କୋଟି ଅନୁଦାନ ଆସି ରେକର୍ଡ କରିଛି ବୋଲି ଅଶ୍ୱିନୀ କହିଛନ୍ତି ।

ବିଗତ ଦିନରେ ବିଜେଡି ସରକାର ଥିବାରୁ ରେଳୱେ ପାଇଁ ଜମି ଅଧିଗ୍ରହଣ ଏକ ସମସ୍ୟା ଭାବରେ ଉଭା ହୋଇଥିଲା । ମାତ୍ର ଏବେ ଏ ସମସ୍ୟା ଦୂର ହେବ କାହିଁନା ରାଜ୍ୟରେ ମଧ୍ୟ ବିଜେପି ସରକାର ଆସି ସାରିଛି । ୨୦୨୪-୨୦୨୫ ବର୍ଷ ପାଇଁ ମଧ୍ୟ ଓଡିଶାକୁ ରେକର୍ଡ ହାରରେ ପ୍ରାୟ ୧୦ ହଜାର ୫୩୬ କୋଟିର ଅନୁଦାନ ମିଳିଛି । ଶ୍ରୀଲଙ୍କାଠୁ ବି ବେଶୀ ରେଳ ଲାଇନ ଓଡିଶାରେ ବିଛା ଯାଇଥିବାର କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ କ୍ଷେତ୍ରରେ ଓଡିଶା ନୂଆ ଅଧ୍ୟାୟ ରଚିବ ବୋଲି ମଧ୍ୟ କହିଛନ୍ତି ଅଶ୍ୱିନୀ ।

Get real time updates directly on you device, subscribe now.