fbpx

୧ ଟଙ୍କାରେ ବିକ୍ରି ହେଉଛି ଭଳିକି ଭଳି ଡ଼୍ରେସ, ଜାଣନ୍ତୁ କେଉଁଟି ଓ କେଉଁ ଉଦ୍ଦେଶ୍ୟରେ ଖୋଲିଛି ଏକ ଟଙ୍କିଆ ପୋଷାକ ଦୋକାନ

ବେଙ୍ଗାଲୁରୁ: ଏକ ଟଙ୍କାରେ ମିଳୁଛି ଡ଼୍ରେସ । ଏଭଳି ଡ଼୍ରେସ ଯାହା ଆପଣଙ୍କୁ ପସନ୍ଦ ବି ଆସିବ ଓ ନିଜେ ବାଛି ମଧ୍ୟ ପାରିବେ । ଆଉ ଏହି ଡ୍ରେସ୍ ସବୁର ଦାମ୍ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଡ୍ରେସ୍ ର ଦାମ୍ ମାତ୍ର ୧ ଟଙ୍କା । ଏହି ମହଙ୍ଗା ଦୁନିଆରେ ଏଭଳି କଥା ହୁଏତ ସହଜରେ ହଜମ ନ ହୋଇପାରେ କିନ୍ତୁ କଥା ଟି ପୂରା ସତ । ଏବେ ଆପଣ ମାନେ ଭାବୁଥିବେ କିଏ ଓ କାହିଁକି ଏତେ କମ ଟଙ୍କାରେ ପୋଷାକ ବିକ୍ରି କରୁଛି? ତେବେ ଚାଲନ୍ତୁ ଜାଣିବା ଏହି ୧ ଟଙ୍କିଆ ଡ୍ରେସ୍ ଦୋକାନ ସମ୍ପର୍କରେ । କେଉଁଠି ଓ କେଉଁ ଉଦ୍ଦେଶ୍ୟରେ ଏହି ୧ ଟଙ୍କିଆ ପୋଷାକ ଦୋକାନ ଖୋଲାଯାଇଛି ତାହା ମଧ୍ୟ ଜାଣିବା ।

କହିବାକୁ ଗଲେ କିଛି ହାତ ଗଣତି ଲୋକ ଏଥିପାଇଁ ପ୍ରକୃତ ଚେଷ୍ଟା କରନ୍ତି। କାରଣ ସେମାନେ ଭାବିଥାନ୍ତି ତାଙ୍କର ଗୋଟିଏ ମାତ୍ର ପଦକ୍ଷେପ ପରିବର୍ତ୍ତନର ଦିଗ ଦର୍ଶେଇବ । ଏମିତି କିଛି ହାତ ଗଣତି ମଧ୍ୟରେ ରହିଛନ୍ତି ବେଙ୍ଗାଲୁରୁର ୪ ବନ୍ଧୁ । ସ୍କୁଲରେ ପଢିବା ବେଳଠୁ ଥିବା ରୁଚି, ଏବେ ତାଙ୍କୁ ଦେଇଛି ଦେଶବ୍ୟାପୀ ପରିଚୟ ଓ ଅନେକ ଶୁଭେଚ୍ଛା । ବେଙ୍ଗାଲୁରୁର ୪ ସହପାଠୀ ବିନୋଦ ପ୍ରେମ, ମେଲିସାନୋରୋନହା, ନୀତିନ କୁମାର ଓ ବିଗ୍ନେଶ । କରୋନା ଯୋଗୁଁ ହଜାର ହଜାର ଲୋକେ କାମ ହରାଇ ଅତିକଷ୍ଟରେ ଜୀବନ କାଟୁଛନ୍ତି ।

ମହାମାରୀ ଜୀବିକା ଛଡ଼ାଇ ନେଇଥିବା ବେଳେ ଦି ଓଳି ପେଟ ପୁରା ଖାଇବା ଓ ଦିଖଣ୍ଡ ପୋଷାକ ଯୋଗାଡ କରିବା କଷ୍ଟକର ହୋଇପଡୁଛି । ଲୋକଙ୍କ ଏଭଳି ପରିସ୍ଥିତି ବିଚଳିତ କରିଥିଲା ୪ଜଣ ବନ୍ଧୁଙ୍କୁ । ଆଉ ଏକ ଆପାର୍ଟମେଣ୍ଟକୁ ଭଡା ନେଇ ସେଠି ଖୋଲିଛନ୍ତି ଡ୍ରେସବ୍ୟାଙ୍କ୍ । ମାତ୍ର ଏକ ଟଙ୍କା ରେ ଗରୀବଙ୍କୁ ବାଣ୍ଟୁଛନ୍ତି ଡ୍ରେସ୍ । ଗରିବଙ୍କ ପାଇଁ ବେଙ୍ଗାଲୁର ଲବକୁଶ ଲେ ଆଉଟ୍ ଜୁବକିବେରିଟିନା ଆଗ୍ରାହାରା ଆପାର୍ଟମେଣ୍ଟରେ ‘ଇମାଜିନ୍ ନାଁରେ କ୍ଲଥବ୍ୟାଙ୍କ ଖୋଲିଛନ୍ତି ।ଏହା କେବଳ ରବିବାର ଖୋଲା ଯାଇଥାଏ । ଏଠାରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ , ପୁରୁଷ ଓ ମହିଳା ସମସ୍ତଙ୍କ ପାଇଁ ପୋଷାକ ମିଳିଥାଏ । ବିଭିନ୍ନ ପ୍ରକାର ଶାଢୀ, ସାର୍ଟ, ପ୍ୟାଣ୍ଟ, ଜ୍ୟାକେଟ ଓ ନିତ୍ୟବ୍ୟବହାର୍ୟ୍ୟ କପଡା ଏଠାରେ ଉପଲବ୍ଧ ରହିଛି । ଆପଣ ଭାବୁଥିବେ ଏଠାରେ ପୁରୁଣା ଡ୍ରେସ୍ ବିକ୍ରି ହେଉଥିବ । ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍ । ହେଲେ ଏଥିରେ କେବଳ ପୁରୁଣା ନୁହେଁ ନୂଆ ଡ୍ରେସ୍ ମଧ୍ୟ ବିକ୍ରି ହେଉଛି । ଆଖପାଖର ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ଉଭୟ ପୁରୁଣା ଓ ନୂଆ ପୋଷାକ ଏହି ଗାର୍ମେଣ୍ଟ ବ୍ୟାଙ୍କକୁ ଦାନ କରିଥାନ୍ତି ।

ଯେଉଁ ଟଙ୍କାଟେ ଲେଖାଏଁ ଦେଇ ଲୋକେ ଡ୍ରେସ୍ କିଣୁଛନ୍ତି ତାକୁ ନେଇ ବି ଗରୀବ ଲୋକଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି ଏହି ୪ ବନ୍ଧୁ । ଏଠାରେ ଦୁଇଜଣ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଛି । ଏହି ଗାର୍ମେଣ୍ଟ ବ୍ୟାଙ୍କ ର ଖର୍ଚ୍ଚ ନିଜେ ଏହି ୪ବନ୍ଧୁ ହିଁ ବହନ କରୁଛନ୍ତି । ଆଉ ପ୍ରତିବଦଳରେ ଗରୀବ ଙ୍କ ମୁହଁରେ ଯେଉଁ ହସ ଫୁଟାଇପାରୁଛନ୍ତି ତାହାହିଁ ତାଙ୍କର ସର୍ବଶ୍ରେଷ୍ଠ ପ୍ରାପ୍ୟ ବୋଲି କହନ୍ତି ୪ବନ୍ଧୁ । ସ୍କୁଲରେ ପଢିବାବେଳେ ଏମାନେ ସାଙ୍ଗ ପିଲାଙ୍କଠାରୁ ପୁରୁଣା ପୋଷାକ ଆଣି ବିଭିନ୍ନ ସ୍ଥାନରେ ଗରୀବ ପିଲାଙ୍କୁ ବାଣ୍ଟୁଥିଲେ। ଯାହା ତାଙ୍କୁ ଅସୀମ ଶାନ୍ତି ଓ ଗରୀବଙ୍କ ଆଶୀର୍ବାଦର ଅଧିକାରୀ କରିପାରିଛି ।

 

Get real time updates directly on you device, subscribe now.