fbpx

ଗାର୍ଲଫ୍ରେଣ୍ଡ ପ୍ରେମ ପଠାଇଦେଲା ଜେଲ: ବାର୍ ଭିତରେ ଗଣ୍ଡଗୋଳ କରି ୧୦ ଗିରଫ

ଭୁବନେଶ୍ୱର: ଗାର୍ଲଫ୍ରେଣ୍ଡ ପାଇଁ ବାର ଭିତରେ ସୃଷ୍ଟି ହୋଇଛି ମହାଭାରତ କାଣ୍ଡ । ଗୋଟିଏ ନୁହେଁ ପ୍ରେମିକାଙ୍କ ପାଇଁ ଦୁଇଟି ବାର୍ ରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମାମଲାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ପ୍ରକୃତରେ ମାମଲା ଗୋଟିଏ ବାର୍ ରୁ ଆରମ୍ଭ ହୋଇଥିଲା କିନ୍ତୁ ବଢି ବଢି ଆଉ ଏକ ବାର୍ ରେ ପହଞ୍ଚି ଯାଇଥିଲା ଏହି ଗଣ୍ଡଗୋଳ ।

ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ବାରକୁ ଯାଇଥିବା ଜଣେ ଯୁବତୀଙ୍କୁ ସେଠାକାର ଜଣେ କର୍ମଚାରୀ ଦୁର୍ବ୍ୟବହାର କରିଥିଲେ । ଏହାପରେ ଯୁବତୀ ଜଣକ ଏହି କଥା ନେଇ ତାଙ୍କ ବୟଫ୍ରେଣ୍ଡଙ୍କୁ ଖବର ଦେଇଥିଲେ । ତେଣୁ ପ୍ରେମିକ ତାଙ୍କ ସାଥୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିବା ସହ ଆରମ୍ଭ କରିଥିଲେ ପାଟିତୁଣ୍ଡ । ତେବେ ଧିରେ ଧିରେ ଏହି ପାଟିତୁଣ୍ଡ ଏକ ବଡ ଧରଣର ଗଣ୍ଡଗୋଳରେ ପରିଣତ ହୋଇଯାଇଛି । ଉଭୟ ପକ୍ଷ୍ୟ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହେବାରୁ ଭୟରେ ବାର୍ କର୍ମଚାରୀ ଜଣକ ଭୟରେ ଦୌଡି ଦୌଡି ଆଉ ଏକ ବାର୍ ଭିତରେ ପଶି ଯାଇଥିଲା । ଫଳରେ ସେଠାରେ ମଧ୍ୟ ମାରପିଟ ହୋଇ ଜିନିଷପତ୍ର ଭଙ୍ଗାରୁଜା ହୋଇଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖର ପୋଲିସ ପହଞ୍ଚିବା ସହ ଉଭୟ ପକ୍ଷ୍ୟରୁ ୧୦ ଜଣଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.