fbpx

(Video): ୧୦ ଦିନ ମୋ ପାଇଁ କଠିନ ଥିଲା, ବିଶ୍ୱବିଜେତା ହେଲା ଭାରତ, କାନ୍ଦିଲେ ଇର୍ଫାନ ପଠାନ

Advertisement

ଓଡ଼ିଶା ଭାସ୍କର: ଭାରତୀୟ ଦଳ ୨୦୦୭ ମସିହା ପରେ ପୁଣିଥରେ ଆଇସିସି ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଉପରେ କବ୍ଚା କରିଛି । ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମଥର ପାଇଁ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଟ୍ରଫି ହାତେଇଥିଲା । ପ୍ରଥମଥର ଚାମ୍ପିୟନ ହୋଇଥିବା ଦଳର ସଦସ୍ୟ ତଥା ଅଲରାଉଣ୍ଡର ଇର୍ଫାନ ପଠାନ ଭାରତର ବିଶ୍ୱକପ ବିଜୟ ପରେ ଭାବୁକ ହୋଇଛନ୍ତି । ଗତକାଲି ତାଙ୍କ ଆଖିରୁ ଲୁହ ଆସିଯାଇଥିଲା । ଏହି ବିଜୟ ପରେ ନିଜ ମନର କଥା କହିଛନ୍ତି ଭାରତର ଏହି ପୂର୍ବତନ ପେସ ବୋଲର । ସେ କହିଛନ୍ତି ଯେ, ତାଙ୍କର ସଂପର୍କୀୟଙ୍କ ମୃତ୍ୟୁରେ ସେ ବହୁତ ଦୁଃଖରେ ରହିଥିଲେ । ଯାହା ଭାରତୀୟ ଦଳକୁ ମଧ୍ୟ ଜଣା ନ ଥିଲା ବୋଲି ସେ ଜଣାଇଛନ୍ତି ।

ଆଇସିସି ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପର ରୋମାଞ୍ଚକର ଫାଇନାଲ ମୁକାବିଲାରେ ଭାରତ ୭ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଛି । ଏହି ବିଜୟକୁ ଦୀର୍ଘ ୧୭ ବର୍ଷରୁ ଭାରତୀୟ ପ୍ରଶଂସକ ଅପେକ୍ଷା କରିଥିଲେ । ଯାହା ଗତକାଲି ପୂରଣ ହୋଇଛି । ୨୦୦୭ ମସିହା ପରେ ଲମ୍ବା ସମୟ ବ୍ୟବଧାନରେ ଟିମ ଇଣ୍ଡିଆ ଏହି କାରନାମା କରିଥିବାରୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍ଫାନ କାନ୍ଦି ପକାଇଛନ୍ତି । ଏହି ବିଜୟ ପରେ ଇର୍ଫାନ ଯଶପ୍ରୀତ ବୁମରା, ରୋହିତ ଶର୍ମା ତଥା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂର୍ଯ୍ୟକୁମାର ନେଇଥିବା କ୍ୟାଚକୁ ସେ ଜୀବନସାରା ଭୁଲି ପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଏହାକୁ ମନେ ରଖିବେ ବୋଲି ଇର୍ଫାନ ଜଣାଇଛନ୍ତି । ଏହି କ୍ୟାଚ ଯଦି ନ ହୋଇ ଥାଆନ୍ତା, ତେବେ ଭାରତ ହାତରୁ ଟ୍ରଫି ମଧ୍ୟ ଚାଲିଯିବାର ଆଶଙ୍କା ଥିଲା ବୋଲି କହିଛନ୍ତି ଇର୍ଫାନ । ନିକଟରେ ତାଙ୍କର ନିକଟତର ମେକଅଫ ଆର୍ଟିଷ୍ଟଙ୍କ ମୃତ୍ୟୁ ହୋଇଥିଲା । ଫଳରେ ସେ ବହୁତ କଷ୍ଟରେ ଥିଲେ, ଯାହା ଭାରତୀୟ ଦଳ ଜାଣି ନାହିଁ ବୋଲି କହିଛନ୍ତି ଏହି ଅଲରାଉଣ୍ଡର । ମୋ ମୁହଁରେ ଆସୁଥିବା ଲୁହ ଖୁସିର ଲୁହ ବୋଲି ଇର୍ଫାନ କୋହଭରା କଣ୍ଠରେ କହିଛନ୍ତି ।

Get real time updates directly on you device, subscribe now.