fbpx

ଭୟଙ୍କର ନିଆଁରେ ଜଳିଗଲା ୧୦ ବଖରା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭାପୁର: ସକାଳୁ ସକାଳୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳିଛି । ଭାପୁର ଅଞ୍ଚଳରେ ନିଆଁ ଲାଗି ଜଳିଯାଇଛି ୧୦ ବଖରା ଘର ଜଳି ପୋଡ଼ି ପାଉଁ ହୋଇଯାଇଛି । ୪ଟି ପରିବାରର ୧୦ ବଖରା ଘରେ ନିଆଁ ଲାଗିଯାଇଛି । ଏହାଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି । ଫତେପୁର ପଞ୍ଚାୟତର ପାର୍ବତୀପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନକାଣ୍ଡ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଫତେପୁର ପଞ୍ଚାୟତର ପାର୍ବତୀପୁର ଗାଁରେ ଏକ ଅବଶ୍ୱସନୀୟ ଘଟଣାଘଟିଯାଇଛି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଭୟଙ୍କର ଅଗନିକାଣ୍ଡ ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ମୋଟ ୧୦ ବଖରା ଘର ଜଳି ପାଉଁଶ ହୋଇଯାଇଛି । ତେବେ ଏହି ଘର ଭିତରେ ରହିଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ ଦେଖିବା ମାତ୍ରେ ସ୍ଥାନୀୟ ଲୋକ ପ୍ରଥମେ ଦମକଳ ବାହିନୀକୁ ଖବର ଦେଇତିଲେ । ଦମକଳ ବାହିନୀ ଘଟଣାସ୍ତଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.