ଦୁନିଆର ୧୦ ସବୁଠୁ ଶକ୍ତିଶାଳୀ ମିଲିଟାରୀ ଥିବା ଦେଶ, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ

ଭୁବନେଶ୍ୱର: ରୁଷ-ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ ବିଭୀଷିକା । ଅନେକ ଏହାକୁ ତୃତୀୟ ବିଶ୍ୱ ଯୁଦ୍ଧର ଆରମ୍ଭ ବୋଲି କୁହାଯାଉଛି । ରୁଷ ଭଳି ମିଲିଟାରୀ ୟୁକ୍ରେନକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରିପାରେ । ଏହା ପରେ ମଧ୍ୟ ୟୁକ୍ରେନ ସାହସର ସହ ରୁଷକୁ ଟକ୍କର ଦେଉଛି । ଏହାରି ମଧ୍ୟରେ ଗ୍ଲୋବାଲ ଫାୟାରପାୱାର ଦୁନିଆର ୧୦ ସବୁଠାରୁ ଶକ୍ତିଶାଳୀ ମିଲିଟାରୀ ଲିଷ୍ଟ ଜାରି କରିଛି । ଏହି ଲିଷ୍ଟରେ ଭାରତର ସ୍ଥାନ ମଧ୍ୟ ଆଶ୍ଚର୍ଯ୍ୟକର ରହିଛି । ତେବେ ଆସନ୍ତୁ ଜାଣିବା ଦୁନିଆର ଟପ୍ ଶକ୍ତିଶାଳର ମିଲିଟାରୀ ଫୋର୍ସ ଥିବା ଦେଶମାନଙ୍କ ସମ୍ବନ୍ଧରେ ।

ଏହି ଲିଷ୍ଟରେ ସବୁଠୁ ପ୍ରଥମ ନମ୍ବର ରହିଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ରହିଛି । ଆମେରିକାର ମିଲିଟାରୀ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଆମେରିକା ରହିଛି । ଲିଷ୍ଟରେ ପ୍ରାୟ ୫୦ ଟି ଫ୍ୟାକ୍ଟରକୁ ନେଇ ଆଧାରରେ ରେଟିଂ ଦିଆଯାଇଛି । ଯେଉଁଥିରେ ଆମେରିକାକୁ ପାୱାର ଇଣ୍ଡେକ୍ସ ଅର୍ଥାତ୍ ସୈନିକଙ୍କ କ୍ଷମତା ଆଧାରରେ ୦.୦୪୫୩ ପଏଣ୍ଟ ମିଳିଛି ।

ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ରିହିଛି ରୁଷ । ଯାହାର ପାୱାର ଇଣ୍ଡେକ୍ସ ୦.୦୫୦୧ ରହିଛି ଏବଂ ଏହି ଦେଶର ମିଲିଟାରୀ ରେ ପ୍ରାୟ ୯ ଲକ୍ଷ ଆକ୍ଟିଭ ସୈନିକ ରହିଛନ୍ତି ।

ତୃତୀୟ ସ୍ଥାନରେ ରହିଛି ଚୀନ, ଚୀନର ପାୱାର ଇଣ୍ଡେକ୍ସ ରହିଛି ୦.୦୫୧୧ ।

ଆଉ ଚତୁର୍ଥ ସ୍ଥାନରେ ରହିଛି ଭାରତ । ଭାରତର ପାୱାର ଇଣ୍ଡେକ୍ସ ୦.୦୯୭୯ ରହିଛି ।

ପଞ୍ଚମ ସ୍ଥାନରେ ରହିଛି ଜାପାନ । ଏହାର ପାୱାର ଇଣ୍ଡେକ୍ସ ରହିଛି ୦.୧୧୯୫ ।

ସେହିଭଳି ୬ଷ୍ଠ ସ୍ଥାନରେ ୦.୧୨୬୧ ସହ ରହିଛି ସାଉଥ କୋରିଆ ।

୦.୧୨୮୩  ସହ ୭ମ ସ୍ଥାନରେ ରହିଛି ଫ୍ରାନ୍ସ ।

ଆମେରିକା ଏବଂ ରୁଷ ପରେ ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ବ୍ରିଟେନ ଏହି ଲିଷ୍ଟରେ ୦.୧୩୮୨ ସହ ଅଷ୍ଟମ ସ୍ଥାନରେ ରହିଛି  ।

୦.୧୫୭୨ ସହ ନବମ ସ୍ଥାନରେ ରହିଛି ପାକିସ୍ତାନ

ସେହିଭଳି ୦.୧୬୯୫ ସହ ଦଶମ ସ୍ଥାନରେ ରହିଛି ବ୍ରାଜିଲ ।

ନର୍ଥ କୋରିଆ ଏହାର ତଥ୍ୟ ଦେଉନଥିବାରୁ ଏହାକୁ ଲିଷ୍ଟରୁ ବାଦ ରଖାଯାଇଛି ।