fbpx
BSKY SKY
BSKY SKY

ଆଳୁ ଗାଡ଼ିରୁ ଧରାପଡ଼ିଲା ୧୦ କ୍ୱିଣ୍ଟାଲ୍ ଗଞ୍ଜେଇ, ତାପରେ…

BSKY

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ପୁନ୍ସିତା ପୋଲ ନିକଟରୁ ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ଦ୍ୱାରା ଏକ ବଡ଼ ଧରଣର ଚଢ଼ଉ କରାଯାଇଛି। ଏଥିରେ ଆନୁମାନିକ ଦଶ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଭର୍ତ୍ତି ରହିଥିବା ଏକ ଦଶ ଚକିଆ ଟ୍ରକ ଜବତ କରାଯାଇଛି । ଏଥିସହ ଡ୍ରାଇଭରକୁ ଅଟକ ରଖାଯାଇଛି । ଗଞ୍ଜେଇ ଗଞ୍ଜାମରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଜଣାପଡ଼ିଥିବାବେଳେ ଅଧିକ ତଦନ୍ତ ଜାରି ରହିଛି ।

ରାଜପଥ ଉପରେ ପ୍ରତ୍ୟେକ ଦିନ ଶହଶହ ଗାଡ଼ି ଯାତାୟାତ କରୁଥିବାବେଳେ ସମ୍ପୃକ୍ତ ଅଞ୍ଚଳ ବ୍ରାଉନ ସୁଗାରର ହବ୍ ପାଲଟିଛି । ତେବେ ରାଜପଥ ଉପରେ ପୋଲିସ, ଏସଟିଫ କଡ଼ା ନଜର ରଖିଥିବାବେଳେ ଶୁକ୍ରବାର ଏକ ଟ୍ରକକୁ ପିଛା କରିଥିଲା ଟିମ୍ । ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ପୁନସିତା ପୋଲ ଉପରୁ (WB37B 7116) ନମ୍ବର ବିଶିଷ୍ଟ ଉକ୍ତ ଗାଡ଼ିକୁ ଅଟକ କରିବାରେ ସଫଳ ହୋଇଥିଲା ଟିମ୍ । ତେବେ ହେଲପର ଫେରାର ହୋଇଯାଇଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି ଏସଟିଏଫ । ଦଶଚକିଆ ଗାଡ଼ିରେ ଆଳୁ ପରିବହନ ହେଉଥିବା ଜଣାପଡୁଥିବାବେଳେ ଡାଲା ଭିତରେ ଏକ ବକ୍ସରେ ଦଶ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଥିବାର ଅନୁମାନ କରାଯାଉଛି । ଏସଟିଏଫ ସିନିଅର ଡିଏସପି ମନୋଜ ରାଉତ ଅଧିକ ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.