fbpx

ଆପଣାନ୍ତୁ ଏହି ୧୦ଟି ସିମ୍ପଲ୍ ଟିପ୍ସ, ହାତ ରନ୍ଧା ଲାଗିବ ସୁପର୍ ଟେଷ୍ଟି; ପଢ଼ନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: ଭଲ ରୋଷେଇ ବା ଟେଷ୍ଟି ଖାଦ୍ୟ ବନାଇ ସମସ୍ତ୍କୁ ଖୁଆଇବାରେ ଅନେକ ସନ୍ତୁଷ୍ଟି ମିଳିଥାଏ । ହେଲେ ଖାଦ୍ୟକୁ ସ୍ୱାଦିଷ୍ଟ କରିବାର କଳା ସମସ୍ତଙ୍କ ପାଖରେ ନଥାଏ । କିଛି ରହିଛନ୍ତି ସେମାନେ ଯାହାବି ଖାଦ୍ୟ ତିଆରି କଲେ ତାହା ଟେଷ୍ଟି ଲାଗିଥାଏ । ତେବେ ଏହି ସ୍ୱାଦିଷ୍ଟ ନଲାଗିବାର କାରଣ କଣ? କାରଣ ହେଉଛି ଏହା ଯେ, ରୋଷେି କରିବା ବେଳେ କିଛି ଟିପ୍ସ ରହିଛି ଯାହାକୁ ଆପଣ ଜାଣିବା ନିହାତି ଦରକାର । ଆଜି ଆମେ ଆପଣଙ୍କୁ ସେହି ଟିପ୍ସଗୁଡ଼ିକ ବିଷୟରେ କହିବୁ, ଯାହା ଆପଣଙ୍କ ଖାଦ୍ୟକୁ ସ୍ୱାଦରେ ଭରି ଦେବ। ତାହେଲେ ଚାଲନ୍ତୁ ଜାଣିବା ସେହି ସବୁ ଟିପ୍ସ ସମ୍ପର୍କରେ….

୧. ପରଟା ତିଆରି କରିବା ବେଳେ କିଛି ସିଝା ଆଳୁ ମିଶାଇ ଦିଅନ୍ତୁ । ଏହା ପରଟାକୁ ସ୍ୱାଦିଷ୍ଟ କରିବ। ଏହା ସହିତ ପରଟାକୁ ତେଲ କିମ୍ବା ଘିଅ ବଦଳରେ ବଟରରେ ସେକନ୍ତୁ, ତା’ ହେଲେ ସ୍ୱାଦ ଆହୁରି ବଢ଼ିଯିବ।

୨. ଗ୍ରେଭି ବା ତରକାରୀ ତିଆରି କଲା ବେଳେ ସେଥିରେ କିଛି ଛତୁଆ ମିଶ୍ରଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଗ୍ରେଭି ମୋଟା ହେବା ସହିତ ସ୍ୱାଦିଷ୍ଟ ମଧ୍ୟ ହୋଇଯିବ।

୩. ପକୁଡ଼ି ପାଇଁ ଘୋଳ ପ୍ରସ୍ତୁତ କଲା ବେଳେ ସେଥିରେ କିଛି ଅରାରୋଟ୍‌ ଏବଂ ଗରମ ତେଲ ମିଶାଇ ଦିଅନ୍ତୁ। ଏହା ଦ୍ୱାରା ପକୁଡ଼ି କୁଡ଼ୁମୁଡ଼ିଆ ହେବା ସହିତ ସୁସ୍ୱାଦୁ ଲାଗିବ। ଏହା ବ୍ୟତୀତ ପକୁଡ଼ି ପରଷିବା ସମୟରେ ତାହା ଉପରେ ଅଳ୍ପ ପରିମାଣରେ ଚାଟ ମସଲା ପକାଇବା ଦ୍ୱାରା ସ୍ୱାଦ ଆହୁରି ବଢ଼ିଯିବ।

 

୪. ପୁରି ପାଇଁ ଅଟା ଚକଟିବା ସମୟରେ ସେଥିରେ କିଛି ଚାଉଳ ଚୁନା ମିଶାନ୍ତୁ। ଚାଉଳ ଚୁନା ବଦଳରେ ଆପଣ ସୁଜି ମଧ୍ୟ ମିଶାଇ ପାରିବେ । ଏହା ବ୍ୟତୀତ ଅଟା ଚକଟିବା ସମୟରେ ସେଥିରେ ଗୋଟିଏ କିମ୍ବା ଦୁଇ ଚାମଚ ଚିନି ମିଶାଇ ନିଅନ୍ତୁ। ଏହା ଦ୍ୱାରା ପୁରି ଭଲ ଭାବରେ ଫୁଲିଥାଏ।

୫. ଡାଲି ତିଆରି କରିବା ବେଳେ ଆରମ୍ଭରୁ ଲୁଣ ମିଶାନ୍ତୁ ନାହିଁ, ନଚେତ୍‌ ଏହା ଭଲ ଭାବରେ ଘୋଳ ହେବ ନାହିଁ। ଡାଲି ପ୍ରସ୍ତୁତି ସରିବା ପରେ ସେଥିରେ ଲୁଣ ମିଶାନ୍ତୁ। ଖାସ୍‌ କରି, ବିରି କିମ୍ବା ରାଜ୍‌ମା ଭଳି ଡେରିରେ ସିଝୁଥିବା ଡାଲିରେ ଏହି ଟିପ୍ସ ବେଶ୍‌ ପ୍ରଭାବଶାଳୀ ହୋଇଥାଏ।

୬. ନୁଡୁଲ୍ସ ତିଆରି ସମୟରେ ଫୁଟୁଥିବା ପାଣିରେ କିଛି ଲୁଣ ଏବଂ ତେଲ ମିଶାନ୍ତୁ। ଏହାପରେ ଏହାକୁ ବାହାର କରି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ନୁଡୁଲ୍ସ ପରସ୍ପର ସହ ଲାଗିଯିବ ନାହିଁ।

୭. ପନିରକୁ ନରମ କରିବା ପାଇଁ ଏହାକୁ ୧୦ ମିନିଟ୍ ପାଇଁ ଉଷୁମ ପାଣିରେ ରଖନ୍ତୁ ଏବଂ ସେଥିରେ ଅଳ୍ପ ଲୁଣ ପକାନ୍ତୁ। ଏହିପରି ଭାବେ ପନିରକୁ ନରମ ବା ମୁଲାୟମ ହେବ ।

୮. ଭାତ ତିଆରି ସମୟରେ ଯଦି ଆପଣ ସେଥିରେ ଅଳ୍ପ ଲେମ୍ବୁ ରସ ମିଶାଇ ଦେବେ, ତା’ ହେଲେ ଭାତ ଗୋଟା ଗୋଟା ରହିବ ।

୯. ଭେଣ୍ଡିକୁ ଅନେକ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏହା ଉପରେ ସୋରିଷ ତେଲ ଲଗାନ୍ତୁ। ଏହା ଦ୍ୱାରା ଭେଣ୍ଡିର ତାଜାପଣ ଅନେକ ଦିନ ପର୍ୟ୍ୟନ୍ତ ରହି ପାରିବ।

୧୦. ରାଇତାରେ ହେଙ୍ଗୁ ଏବଂ ଜିରାର ଖାସ୍‌ ବ୍ୟବହାର ହୋଇଥାଏ। କିନ୍ତୁ ଯଦି ଆମେ ଏହାକୁ ଭାଜି ଗୁଣ୍ଡ କରି ପକାଇବା ପରିବର୍ତ୍ତେ ଏହାର ତଡ଼କା ଲଗାଇବା, ତା’ ହେଲେ ରାଇତା ଅଧିକ ଟେଷ୍ଟି ଲାଗିବ।

Get real time updates directly on you device, subscribe now.