fbpx

୧୦୦ ଝିଅଙ୍କୁ ଗଣଦୁଷ୍କର୍ମ ମାମଲା, ୬ ଅପରାଧୀଙ୍କୁ ଆଜୀବନ ଜେଲ୍: ୩୨ ବର୍ଷ ପରେ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦେଶର ସବୁଠାରୁ ଚର୍ଚ୍ଚିତ ସେକ୍ସ ସ୍କାଣ୍ଡଲ ମାମଲାରେ ଏବେ ଆସିଛି ଶେଷ ଶୁଣାଣି । ମାମଲାରେ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ । ଏହାସହିତ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲାଗୁ କରାଯାଇଛି । ଆଜମେର ବ୍ଲାକମେଲ ମାମଲାରେ ବିଶେଷ ଅଦାଲତ ଏହି ରାୟ ଶୁଣାଇଛନ୍ତି । ଘଟଣାର ୩୨ ବର୍ଷ ପରେ ସେକ୍ସ ସ୍କାଣ୍ଡଲରେ ସମ୍ପୃକ୍ତ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହି ମାମଲାରେ ନଫିସ ଚିସ୍ତି, ସଲିମ୍ ଚିସ୍ତି, ଇକବାଲ ଭାଟି, ନସୀମ ସାୟଦ, ଜମୀର ହୁସେନ୍ ଏବଂ ସୋହିଲ ଗନିଙ୍କୁ କୋର୍ଟ ଏହି ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ୧୮ ଅପରାଧୀଙ୍କ ମଧ୍ୟରୁ ୯ ଜଣ ପୂର୍ବରୁ ଦଣ୍ଡାଦେଶ ଜାରି ହୋଇଥିବା ବେଳେ ଜଣେ ଆତ୍ମହତ୍ୟା କରିଛି ଏବଂ ଅନ୍ୟ ଜଣକ ଉପରେ କୁକର୍ମ ଅଭିଯୋଗରେ ଅଲଗା ଟାୟଲ ଜାରି ରହିଛି । ତେବେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ଜାଣିବାକୁ ମିଳିଛି ।

୧୯୯୨ ମସିହାରେ ୧୦୦ରୁ ଅଧିକ କଲେଜ୍ ଝିଅଙ୍କ ସହ ଗଣଦୁଷ୍କର୍ମ କରି ସେମାନଙ୍କ ଅଶ୍ଳୀଳ ଫଟୋ ସେୟାର କରିବା ନେଇ ଏହି ମାମଲା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ୟୁଥ୍ କଂଗ୍ରେସର ତତ୍କାଳୀନ ଜିଲ୍ଲା ଅଧ୍ୟକ୍ଷ ଫାରୁଖ ଚିସ୍ତି । ସ୍କୁଲ ଏବଂ କଲେଜ ଛାତ୍ରୀମାନଙ୍କ ସହ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିଲା ଫାରୁଖ । ତେବେ ଏହି ମାମଲାରେ ପୂର୍ବରୁ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ସେମାନଙ୍କୁ ଦଣ୍ଡବିଧାନ ହୋଇସାରିଥିବା ବେଳେ ଆଜି ୬ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ମାମଲାର ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଥିବା ଜାଣିବାକୁ ମିଳିଛି । ସେହିପରି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଜାମିନ ମିଳିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଅନ୍ୟ ଜଣେ ଅଭିଯୁକ୍ତ ବିରୋଧରେ ୩୭୭ ମାମଲାରେ ଆଉ ଏକ ମାମଲା ଜାରି ରହିଛି ।

ଆଜମେରରେ ତତ୍କାଳୀନ ୟୁଥ୍ କଂଗ୍ରେସ ଅଧ୍ୟକ୍ଷ ଫାରୁଖ ଚିସ୍ତି ସହ ସାଥୀ ନଫିସ ଏବଂ ଗ୍ୟାଙ୍ଗ କଲେଜ ଛାତ୍ରୀମାନଙ୍କୁ ନିଜ ଜାଲରେ ଫସାଉଥିଲେ । ଏହାପରେ ଫାର୍ମ ହାଉସ ଏବଂ ରେଷ୍ଟୁରାଣ୍ଟରେ ପାର୍ଟି ବାହାନାରେ ଝିଅମାନଙ୍କୁ ଡାକି ନିଶାଦ୍ରବ୍ୟ ଦେବା ସହିତ ସେମାନଙ୍କ ସହ ଗଣଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଥିଲା । ଏହାପରେ ପୀଡ଼ିତାଙ୍କ ଅଶ୍ଳୀ ଫଟୋ ଉଠାଇ ସେମାନଙ୍କୁ ବ୍ଲାକମେଲ କରିବା ସହ ଅନ୍ୟ ଝିଅମାନଙ୍କୁ ସେମାନଙ୍କ ପାଖକୁ ଆଣିବା ପାଇଁ ବାଧ୍ୟ କରୁଥିବା କୁହାଯାଇଛି । ତେବେ ଏହି ମାମଲା ସାରା ଦେଶକୁ ଥରାଇ ଦେଇଥିଲା । ବର୍ତ୍ତମାନ ୩୨ ବର୍ଷ ପରେ ମାମଲାକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ଆଜମେରର ବିଶେଷ ଅଦାଲତ ।

Get real time updates directly on you device, subscribe now.