ଦାନ୍ତରେ ଟାଣିଲେ ୧୦୧ ଲିଟର ଗଙ୍ଗା ଜଳ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ
ଗୋମାତାଙ୍କୁ ରାଷ୍ଟ୍ରମାତାର ମାନ୍ୟତା ମିଳିବା ଇଛା ନେଇ ଦାନ୍ତରେ ଟାଣିଲେ ୧୦୧ ଲିଟର ଗଙ୍ଗା ଜଳ
ଉତ୍ତରପ୍ରଦେଶ: କାଉଡ଼ି ଯାତ୍ରାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଉତ୍ତର ପ୍ରଦେଶର ମୁଜାଫରନଗରରେ ଜଣେ ଶିବ ଭକ୍ତ ଗୋମାତାଙ୍କୁ ରାଷ୍ଟ୍ରମାତାର ମାନ୍ୟତା ମିଳିବା ଇଛା ନେଇ ଦାନ୍ତରେ ୧୦୧ ଲିଟର ଗଙ୍ଗା ଜଳ ଟାଣିଛନ୍ତି।
ମେରଠ ଜିଲ୍ଲାର ଖାରଖାଉଣ୍ଡା ଥାନା ଅଞ୍ଚଳର ଛତ୍ରିଗଡ଼ ଗ୍ରାମର ବାସିନ୍ଦା ରୁତ୍ୱା ଗୁର୍ଜର ନାମକ ଜଣେ ଶିବ ଭକ୍ତ ୨୯ ଜୁନରେ ହରିଦ୍ୱାର ହର କି ପାଉଡ଼ିରୁ ମେରଠ ଅଭିମୁଖେ କାଉଡି ଯାତ୍ରାରେ ବାହାରିଥିଲେ। ଯିଏ କି ୧୦୧ ଲିଟର ଗଙ୍ଗା ଜଳ ନେଇ ଦାନ୍ତ ସାହାଯ୍ୟରେ ଟାଣି ତାଙ୍କର କାଉଡି ଯାତ୍ରା ସମାପ୍ତ କରୁଛନ୍ତି।
କାଉଡିଆ ଜଣଙ୍କ ପ୍ରତିଦିନ ୧୦ କିଲୋମିଟର ଯାତ୍ରା କରନ୍ତି। ପ୍ରାୟ ନଅ ଜଣଙ୍କ ଦଳ ସହିତ ସେ ଶିବଙ୍କର ଏହି ଅନନ୍ୟ ଯାତ୍ରା ୨୩ ତାରିଖରେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରି ସମାପ୍ତ କରିବେ।
ସେ ନିବେଦନ କରି କହିଛନ୍ତି ଯେ, ମୁଁ ମୋ ଦାନ୍ତରେ ୧୦୧ ଲିଟର ପାଣି ଆଣୁଛି। ଯୋଗୀ ସରକାରଙ୍କ ଠାରୁ ମୋର ଦାବି ହେଉଛି ଯେ, ଗୋମାତାଙ୍କୁ ରାଷ୍ଟ୍ର ମାତା ଭାବରେ ମାନ୍ୟତା ଦିଆଯାଉ। ସେ କହିଥିଲେ ଯେ ଏହା ମୋର ଇଚ୍ଛା ଏବଂ ଦାବି ମଧ୍ୟ।