fbpx

ଓଡ଼ିଶା ବାହାରେ ଥିବା ୧୦୩ଟି ସୁପର ସ୍ପେଶାଲିଟି ହସ୍‍ପିଟାଲ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ସାମିଲ ହେଲେ

Advertisement

ଭୁବନେଶ୍ୱର: ‘ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’ର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ଟି ସୁପର ସ୍ପେସାଲିଟି ହସ୍‍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍‌.କେ.ୱାଇ)ରେ ଅନ୍ତର୍ଭୁକ୍ତ କରିଛନ୍ତି। ଓଡ଼ିଶା ହେଲ୍‍ଥ ଆସୁରାନ୍ସ ସୋସାଇଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବି.ଏସ୍‌.କେ.ୱାଇ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ସୋସାଇଟି ସଭାକକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ବି.ଏସ୍‌.କେ.ୱାଇ କାର୍ଯ୍ୟନ୍ୱୟନ ସମ୍ବନ୍ଧିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲାଗି ଓଡିଶା ସରକାରଙ୍କର ଏକ ପ୍ରୟାସ। ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ପରିବାରଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ଉଦ୍ଦିଷ୍ଟ।

ସାର୍ବଜନିନ ଦେୟ ମୁକ୍ତ(ଜାତି, ଆୟ, ବାସସ୍ଥାନ ନିର୍ବିଶେଘରେ) ଓଡ଼ିଶାର ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସମସ୍ତ ସରକାରୀ ମେଡିକାଲ୍ କଲେଜ ହସପିଟାଲ୍ ଓ ସରକାରୀ ବ୍ଲଡ୍ ବ୍ୟାଙ୍କ ପଯ୍ୟନ୍ତ ସମସ୍ତଙ୍କ ସକାଶେ ଉପଲବ୍ଧ ।

ସେହିପରି ରାଜ୍ୟ ସରକାରଙ୍କ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଓଡ଼ିଶାର ୭୦ ଲକ୍ଷରୁ ଉର୍ଦ୍ଧ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ପରିବାର ମହିଳା ସଦସ୍ୟ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସେବା ପାଇପାରିବେ ।

Get real time updates directly on you device, subscribe now.