fbpx
BJD SKY
BJD SKY

ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ବାହାରିଲା ୧୦୬୫ଟି ପଦ: ସେପ୍ଟେମ୍ବର ୧୧ରୁ ଆବେଦନ ଆରମ୍ଭ

BJD

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ୧୦୬୫ଟି ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏକ ହଜାରରୁ ଅଧିକ ପ୍ରାର୍ଥୀ ଅଧ୍ୟାପକ, ଅଧ୍ୟାପିକା ଭାବେ ଚାକିରି ପାଇବା ନିମନ୍ତେ ଆସିଛି ଏକ ବଡ଼ ସୁଯୋଗ । ଶିକ୍ଷକତା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଓଡ଼ିଶା ସରକାରଙ୍କ ଅଣସରକାରୀ ସହାୟତା ପ୍ରାପ୍ତ କଲେଜଗୁଡ଼ିକରେ ଏହି ନିଯୁକ୍ତି ଦିଆଯିବ ।

ଏଥିପାଇଁ ସେପ୍ଟେମ୍ବର ମାସ ୧୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ମାସ ୧୩ ତାରିଖରେ ସମାପ୍ତ ହେବ । ସମ୍ପୂର୍ଣ୍ଣ ନୋଟିଫିକେସନ ଜାରି ହେବା ପରେ ପ୍ରାର୍ଥୀମାନେ ନିଯୁକ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇ ପାରିବେ । ଗତ ଅଗଷ୍ଟ ମାସରେ ଏହି ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଏ ବାବଦରେ ସୂଚନା ଦିଆଯାଇଥିଲା ।

ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ । ଛାତ୍ରଛାତ୍ରୀମାନେ ଏଥିରେ ସିଲେକ୍ଟ ହେବା ପରେ ରାଜ୍ୟ ଭିତରେ ରହି କାର୍ଯ୍ୟ କରିବେ । ସେଥିପାଇଁ ଅଧିକାଂଶ ପିଲା ରାଜ୍ୟ ସରକାରଙ୍କ ନିଯୁକ୍ତି ବିଜ୍ଞାପନକୁ ଉତ୍ସୁକତାର ସହିତ ଚାହିଁ ରହିଥାନ୍ତି । ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା, ବେତନ ହାର, ଆବେଦନର ନିୟମ, ପରୀକ୍ଷା ସେଣ୍ଟର, ପରୀକ୍ଷା ପ୍ୟାଟର୍ଣ୍ଣ ସମ୍ପର୍କରେ ସବିଶେଷ ବିବରଣୀ ପାଇ ପାରିବେ । ତେଣୁ ଆଶାୟୀମାନେ ନିୟମିତ ଭାବେ ଏସଏସବିର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବା ଆବଶ୍ୟକ ।

ଶର୍ଟ ନୋଟିଫିକେସନ ଲିଙ୍କ: https://ssbodisha.ac.in/wp-content/uploads/2023/08/Advt.-No.02-of-2023.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://ssbodisha.ac.in/

Get real time updates directly on you device, subscribe now.