fbpx

୧୯୬୮ ରୁ ଚାଲିଥିଲା କେସ୍, ସୁପ୍ରିମକୋର୍ଟରେ ଅପିଲ୍ ସ୍ୱୀକାର ହେବା ପୂର୍ବରୁ ହିଁ ହୋଇଗଲା ୧୦୮ ବର୍ଷର ବୃଦ୍ଧଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜମି ବିବାଦ ମାମଲାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆବେଦନ ହାଇକୋର୍ଟରେ ବର୍ଷ ବର୍ଷ ଧରି ବିଚାରାଧୀନ ଥିଲା ଏବଂ ବର୍ତ୍ତମାନ ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା କିନ୍ତୁ ଏହାକୁ ଦେଖିବା ପାଇଁ ୧୦୮ ବର୍ଷର ବୃଦ୍ଧ ଆଉ ଜୀବିତ ନାହାନ୍ତି । ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମାମଲା ବିଗତ ୨୭ ବର୍ଷ ଧରି ବିଚାରାଧୀନ ଥିଲା ।

ଜମି ବିବାଦ ମାମଲାରେ ସୋପାନ ନରସିଂ ଗାୟକୱାଡଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ, କିନ୍ତୁ ଏହା ପୂର୍ବରୁ ଗାୟକୱାର୍ଡଙ୍କର ମୃତ୍ୟୁ ହୋଇଯାଇଛି । ୧୯୬୮ ମସିହାରୁ ଏହି ମାମଲା ଚାଲିଥିଲା। ଖାରଜ ହେବା ପୂର୍ବରୁ ଏହି ମାମଲା ବମ୍ବେ ହାଇକୋର୍ଟରେ ୨୭ ବର୍ଷ ବିଚାରାଧୀନ ଥିଲା। ସୁପ୍ରିମକୋର୍ଟରେ ଏହି ମାମଲାରେ ୧୨ ଜୁଲାଇରେ ଆବେଦନ ଉପରେ ଶୁଣାଣି ହେବା ନେଇ ସ୍ଥିର ହୋଇଥିଲା ।

ଆବେଦନକାରୀଙ୍କ ଓକିଲ ବିରାଜ କଦମ୍ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଟ୍ରାଏଲ୍ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲାକୁ ଆଗକୁ ଆଣିଥିଲା ନରସିଂହ ଗାୟକୱାର୍ଡ ଏବେ ଆଉ ଦୁନିଆରେ ନାହାନ୍ତି । ତେଣୁ ଏବେ ଏହି ମାମଲାକୁ ତାଙ୍କ ଉତ୍ତରାଧିକାରୀ ମାନଙ୍କ ଦ୍ୱାରା ଶୁଣାଣି କରାଯିବ ।

Get real time updates directly on you device, subscribe now.