fbpx

ପରୀକ୍ଷାର୍ଥୀ ସାବଧାନ! ଏଥର ମାଟ୍ରିକ ଖାତାରେ ଡିଜିଟାଲ ଲକ୍

ଭୁବନେଶ୍ୱର, ୧୭ା୧୨(ଓଡ଼ିଶା ଭାସ୍କର): ଏଣିକି ମାଟ୍ରିକ ପରୀକ୍ଷାରେ କପି କରିବା ସହଜ ହେବ ନାହିଁ । କପି, ପ୍ରଶ୍ନପତ୍ର ଲିକ୍ ରୋକିବାକୁ ନୂଆ ପଦକ୍ଷେପ ନିଆଯାଇଛି । ଏନେଇ ମାଟ୍ରିକ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ଼ ରହିବ । ଏହାସହ ପ୍ରଶ୍ନପତ୍ରରେ ଡିଜିଟାଲ ଲକ୍ ମଧ୍ୟ ରହିବ । ନିର୍ଦ୍ଧାରିତ ସମୟ ପୂର୍ବରୁ କେହି ପ୍ରଶ୍ନପତ୍ରକୁ ଖୋଲିପାରିବେ ନାହିଁ । ବୋର୍ଡ଼ର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହୋଇପାରେ । ଏନେଇ ଖୁବଶୀଘ୍ର ତାରିଖ ଘୋଷଣା କରିବ ମାଧ୍ୟମିକ ଶିକ୍ଷା ବୋର୍ଡ଼ । ପରୀକ୍ଷା କେନ୍ଦ୍ରର ସ୍ୱଚ୍ଛତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହାସହ ମନ୍ତ୍ରୀ କହିଛନ୍ତି ଆବଶ୍ୟକ ପଡ଼ିଲେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରେ ।

Get real time updates directly on you device, subscribe now.