fbpx

ହୁରୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ସ୍ଥାନ ପାଇଲା ୧୨ଟି ଭାରତୀୟ ସଂସ୍ଥା, ରହିଛି Wipro Ltd, Asian Paints Ltd ଏବଂ HCL Technologies Ltd ଭଳି କମ୍ପାନୀ

ନୂଆଦିଲ୍ଲୀ: ପ୍ରଗତିଶୀଳ ଭାରତର ନିଜସ୍ୱ କମ୍ପାନୀ ଏବେ ବିଶ୍ୱ ସ୍ତରରେ ନିଜର ନାମକୁ ସ୍ତାନିତ କରିଛନ୍ତି । ଏହି କ୍ରମରେ ହୁରୁନ୍ ଗ୍ଲୋବାଲ୍-୫୦୦ ତାଲିକାରେ ୧୨ଟି ଭାରତୀୟ କମ୍ପାନୀ ଚଳିତ ବର୍ଷ ଶୀର୍ଷ-୫୦୦ ଗୁରୁତ୍ୱପୂର୍ଣ୍ଣ କମ୍ପାନୀ ମାନଙ୍କ ମଧ୍ୟରେ ନିଜ ସ୍ଥାନ ତିଆରି କରିଛନ୍ତି । ଏଥିରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛି ୱିପ୍ରୋ(୪୫୭ ର୍ୟାଙ୍କ୍), ଏସିଆନ୍ ପେଣ୍ଟସ୍(୪୭୭ର୍ୟାଙ୍କ୍) ଏବଂ ଏଚସିଏଲ୍ ଟେକ୍ନୋଲୋଜିସ୍ (୪୯୮ ର୍ୟାଙ୍କ୍) ଭଳି ଭାରତୀୟ କମ୍ପାନୀ ।

ଆଇଫୋନ୍ ନିର୍ମାତା ଆପଲ୍ ବିଶ୍ୱ ବଜାରରେ ସବୁଠାରୁ ମୂଲ୍ୟବାନ କମ୍ପାନୀ ଭାବରେ ନିଜର ସ୍ଥିତିକୁ ବଜାୟ ରଖିଛି । ଯାହା ବଜାର ପୁଞ୍ଜି ୧୫% ବୃଦ୍ଧି ପାଇ ୨.୪ ଟ୍ରିଲିୟନ ଡଲାରରେ ହୋଇଛି। ଗତ ବର୍ଷ ତୁଳନାରେ ଟାଟା କନ୍ସଲଟାନ୍ସ ସର୍ଭିସେସ୍ (ଟିସିଏସ୍), ଏଚଡିଏଫସି ବ୍ୟାଙ୍କ, ଏଚଡିଏଫସି ଏବଂ ଭାରତୀ ଏୟାରଟେଲ ସମେତ ଅନେକ ଭାରତୀୟ କମ୍ପାନୀର ର଼୍ୟାଙ୍କିଙ୍ଗରେ ହ୍ରାସ ଘଟିଛି। ସେହିପରି ଭାରତୀୟ ତୈଳ କମ୍ପାନୀରୁ ଟେଲିକମ୍ ର ଜିଆଣ୍ଟ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଙ୍କ ନେତୃତ୍ୱରେ ଏହାର ମୁଲ୍ୟାଙ୍କନ ୧୧ ପ୍ରତିଶତ ବୃଦ୍ଧି ପାଇ ୧୮୮ ବିଲିୟନ୍ ଡଲାର୍ ହୋଇଛି । ଏଥିସହ ଟାଟା କନ୍ସଲ୍ଟାନ୍ସ ସର୍ଭିସେସ୍ ର ମୁଲ୍ୟାଙ୍କନ ୧୬୪ ବିଲିୟନ୍ ଡଲାର୍ ହୋଇଛି । ଏହାପରେ ରହିଛି ଏଚଡିଏଫସି ବ୍ୟାଙ୍କ୍ । ଏହାର ମୁଲ୍ୟାଙ୍କନ୧୧୩ ବିଲିୟନ୍ ଡଲାର୍ ।

ବିଶ୍ୱ ସ୍ତରରେ ଥିବା ପ୍ରଥମ ୬ଟି କମ୍ପାନୀ ହେଉଛି ଆପଲ୍, ମାଇକ୍ରୋସଫ୍ଟ, ଆମାଜନ୍, ଆଲ୍ଫାବେଟ୍, ଫେସବୁକ୍ ଏବଂ ଟେନସେଣ୍ଟ୍ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ମୂଲ୍ୟ ୮% ହ୍ରାସ ହୋଇ ୪୬.୬ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ତାଲିକାରେ ୯୬ ସ୍ଥାନ ହ୍ରାସ କରି ୩୮୦ ତମ ସ୍ଥାନରେ ଥିବାବେଳେ ଏହାର ବୃହତ ପ୍ରତିଦ୍ୱନ୍ଦ୍ୱୀ ଆଇସିଆଇସିଆଇ ବ୍ୟାଙ୍କ ଏହାର ମୂଲ୍ୟ ୩୬% ବୃଦ୍ଧି ପାଇ ୬୨ ବିଲିୟନ ଡ଼ଲାରରେ ପହଞ୍ଚିଛି।

Get real time updates directly on you device, subscribe now.