ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । ୧୨ ଜଣ ଓଏଏସ ଅଧିକାରୀଙ୍କୁ ରାଜ୍ୟ ସରକାର ନୂଆ ସ୍ଥାନକୁ ଟ୍ରାନ୍ସଫଳ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଏଫଏସ ଆଣ୍ଡ ସଡବ୍ଲ୍ୟୁ ବିଭାଗର ସ୍ପେଶାଲ ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ରୀନା ମହାପାତ୍ରଙ୍କୁ ଏଫ ଆଣ୍ଡ ଏଆରଡି ବିଭାଗର ସ୍ପେଶାଲ ସେକ୍ରେଟାରୀ ଭାବେ ଟ୍ରାନ୍ସଫର କରାଯାଇଛି । ମନୋଜ କୁମାର ପାଢ଼ୀଙ୍କୁ ଟିଇ ଆଣ୍ଡ ଏସଟିଇଆରଟି, ଓଡ଼ିଶାର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବା ନେଇ ଅନୁମତି ଦିଆଯାଇଛି । ଇତିଶ୍ରୀ ଦାସଙ୍କୁ ଡବ୍ଲ୍ୟୁ ଆଣ୍ଡ ସିଡି ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ସୁଚରିତା ଷଡ଼ଙ୍ଗୀଙ୍କୁ ଚିଫ୍ ରେସିଡେଣ୍ଡ ଅଫିସର, ଓଡ଼ିଶା, ନୂଆଦିଲ୍ଲୀରେ ଅବସ୍ଥାପିତ କରାଯାଇଛି । ଦୁର୍ଗା ପ୍ରସାଦ ମହାରଣାଙ୍କୁ ଓଡ଼ିଶା ଏସଟି ଆଣ୍ଡ ଏସସି ବିକାଶ ଅର୍ଥ ସମବାୟ ନିଗମ ଲିଃ, ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ଦିଆଯାଇଛି । ଅନନ୍ତ ନାରାୟଣ ସିଂହ ଲାଗୁରୀଙ୍କୁ ଡବ୍ଲ୍ୟୁ ଆଣ୍ଡ ସିଡି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଦେବାଶିଷ ପଟ୍ଟନାୟକଙ୍କୁ କଟକ ରାଜସ୍ୱ ବୋର୍ଡର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅକ୍ଷୟ କୁମର ଖେମେଡୁଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ଭାବେ ନିଯୁକ୍ତି ଦିଆଯାଇଛି । ହେମବନ୍ତୀ ପାତ୍ରଙ୍କୁ ଏସଟି ଆଣ୍ଡ ଏସସି ବିଭାଗ, ଏମ ଆଣ୍ଡ ବିସିଡବ୍ଲ୍ୟୁ ବିଭାଗର ଡେପୁଟି ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅଜୟ କୁମାର ପ୍ରଧାନଙ୍କୁ ରାୟଗଡ଼ା ଆଇଟିଡିଏର ପିଏ ଭାବେ ଦାୟିତ୍ୱ ଦିଆଯାଇଛି । ନିର୍ଲିପ୍ତା ମହାନ୍ତିଙ୍କୁ ବାଲେଶ୍ୱର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ।