fbpx

GST Slab Rate: ବଟର, ଘିଅ, ଫ୍ରୁଟ ଜୁସ, ଆଲମଣ୍ଡସ, ପ୍ରୋସେସଡ୍ ଫୁଡସ୍ ଉପରେ ଲାଗିବନି ୧୨ ପ୍ରତିଶତ GST!

ନୂଆଦିଲ୍ଲୀ: ଜିଏସଟିକୁ ନେଇ ଜନତାଙ୍କୁ କିଛି ଆଶ୍ୱସ୍ତିକର ଖବର ମିଳିପାରେ । ଜିଏସଟି ମୂଲ୍ୟର ଯୁକ୍ତିକରଣ ଓ ସମୀକ୍ଷା ପାଇଁ ଗଠିତ ହୋଇଥିବା ମନ୍ତ୍ରୀଙ୍କ ଗ୍ରୁପ (ଜିଓଏମ)ରେ ଏନେଇ କିଛି ନିଷ୍ପତ୍ତି ହୋଇପାରେ । କିଛି ସାମଗ୍ରୀ ଉପରୁ ୧୨ ପ୍ରତିଶତ ଜିଏସଟି ସ୍ଲାବ ରେଟ ସମାପ୍ତ ସପକ୍ଷରେ ରହିଛି ଜିଓଏମ । ଜିଓଏମର ସଦସ୍ୟଙ୍କର ମତରେ, ଯେଉଁ ବସ୍ତୁଗୁଡ଼ିକ ଉପରେ ୧୨ ପ୍ରତିଶତ ଜିଏସଟି ରହିଛି, ସେଗୁଡ଼ିକର ଅଂଶଧର କେବଳ ୮ ପ୍ରତିଶତ ଅଟେ ।

ଏପରି ସ୍ଥଳେ ଉକ୍ତ ବସ୍ତୁଗୁଡ଼ିକ ଉପରୁ ୧୨ ପ୍ରତିଶତ ଜିଏସଟି ସମାପ୍ତ କରାଯାଇପାରେ । ଏନେଇ ବୈଠକରେ କିଛି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ବର୍ତ୍ତମାନ ସମୟରେ ବଟର, ଘିଅ, ଫ୍ରୁଟ ଜୁସ, ଆଲମଣ୍ଡସ, ୧୦୦୦ ଟଙ୍କାରୁ କମ୍ ଫୁଟବିୟର, ପ୍ରୋସେସଡ୍ ଫୁଡସ, ସେଲର ବାୟର ହୀଟର୍ସ ଓ ୧୦୦୦ ପର୍ଯ୍ୟନ୍ତ ହୋଟେଲ ରୁମ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁଛି । ଯଦି ଜିଓଏମର ସୁପାରିଶକୁ ମଞ୍ଜୁରୀ ମିଳେ, ତେବେ ଏହି ସ୍ଲାବ ସମାପ୍ତ ହୋଇଯିବ ।

ଜିଏସଟି ସ୍ଲାବରେ କୌଣସି ପରିବର୍ତ୍ତନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଜିଏସଟି କାଉନସିଲ ବୈଠକରେ ନିଆଯାଇଥାଏ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇ ଏହି ମନ୍ତ୍ରୀ ଗ୍ରୁପର ଅଧ୍ୟକ୍ଷ ରହିଛନ୍ତି । ଏହି ଗ୍ରୁପ ଉପରେ ଜିଏସଟି ମୂଲ୍ୟ ଯୁକ୍ତିକରଣ, ଜିଏସଟି ସ୍ଲାବର ବିଲୟ ଓ ଜିଏସଟି ରିହାତି ଲିଷ୍ଟର ସମୀକ୍ଷା କରିବା ଦାୟିତ୍ୱ ନ୍ୟସ୍ତ ରହିଛି ।

ଗତ ଜୁନରେ ଅନୁଷ୍ଠିତ ହୋଇଥିବା ଜିଏସଟି ପରିଷଦ ବୈଠକରେ କମିଟିକୁ ନିଜର ସୁପାରିଶ ପ୍ରଦାନ କରିବାକୁ ୩ ମାସ ସମୟ ଦିଆଯାଇଥିଲା । ଚଳିତ ମାସରେ ହେବାକୁ ଥିବା ବୈଠକରେ ମନ୍ତ୍ରୀ ଗ୍ରୁପ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିପାରନ୍ତି । ବର୍ତ୍ତମାନ ଜିଏସଟି ସ୍ଲାବରେ ୫, ୧୨, ୧୮ ଓ ୨୮ ପ୍ରତିଶତ ଚାରିଟି ସ୍ଲାବ ରହିଛି । ଏହାବ୍ୟତୀତ କଟ ଡାଇବଣ୍ଡ ଓ ଜୁଏଲାରୀ ଉପରେ ୧.୫ ଓ ୩ ପ୍ରତିଶତ ଟ୍ୟାକ୍ସ ଲାଗିଥାଏ । ଯଦି ଜିଏସଟି ସ୍ଲାବ ସମାପ୍ତ ହୁଏ, ତେବେ ସାଧାରଣ ଜନତାଙ୍କୁ ବହୁତ ବଡ଼ ଆଶ୍ୱସ୍ତି ମିଳିପାରିବ ।

Get real time updates directly on you device, subscribe now.