fbpx

ଗୋଟିଏ ଦିନରେ ୧୨୧୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୮ ।୭(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୨୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମରେ ସର୍ବାଧିକ ୩୩୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରେ ୩୧୨, ଗଜପତିରୁ ୮୯, କେନ୍ଦୁଝରରୁ ୭୭, କୋରାପୁଟରୁ ୭୩, କଟକରୁ ୬୦, ଜଗତସିଂହପୁରରୁ ୪୭, ବାଲେଶ୍ୱରରୁ ୨୯,ରାୟଗଡାରୁ ୨୪, ମୟୂରଭଞ୍ଜରୁ ୨୨ ବଲାଙ୍ଗିରରୁ ୨୧, କନ୍ଧମାଳ, ମାଲକାନଗିରି ଓ କେନ୍ଦ୍ରାପଡାର ୧୪ ଜଣ ଲେଖାଏଁ, ଅନୁଗୁଳ ଓ ପୁରୀରୁ ୧୧, ବରଗଡରୁ ୧୦, ନୂଆପଡା ଓ କଳାହାଣ୍ଡିରୁ ୮, ନୟାଗଡରୁ ୭, ଭଦ୍ରକ, ଝାରସୁଗୁଡା, ବୌଦ୍ଧ, ସୋନପୁର ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ଢେଙ୍କାନାଳ ଓ ଦେଓଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 

Get real time updates directly on you device, subscribe now.