fbpx
BJD SKY
BJD SKY

NITI Aayog Report: ପାଞ୍ଚ ବର୍ଷ ମଧ୍ୟରେ ଗରିବୀ ସୀମା ରେଖାରୁ ହଟିଛନ୍ତି ୧୩.୫ କୋଟି ଲୋକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ମଧ୍ୟରେ ମୋଦୀ ସରକାରର ୯ ବର୍ଷର ଶାସନ ପୂରିଗଲାଣି । ମୋଦୀ ସରକାରଙ୍କ ଅବସରରେ ହୋଇଥିବା ଦୁଇଟି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ)ରେ ୫ ବର୍ଷ ବ୍ୟବଧାନରେ ୧୩.୫ କୋଟିରୁ ଅଧିକ ଲୋକ ଗରିବୀ ସୀମା ରେଖାରୁ ବାହାରି ପାରିଛନ୍ତି । ଦେଶରେ ଗରିବଙ୍କ ସଂଖ୍ୟା ୧୪.୯୬ ପ୍ରତିଶତ ହ୍ରାସ ଘଟିଥିବା ନୀତି ଆୟୋଗ ପକ୍ଷରୁ କୁହାଯାଇଛି ।

୨୦୧୫-୧୬ରେ କରାଯାଇଥିବା ଏନଏଫଏଚଏସ-୪ ଓ ୨୦୧୯-୨୧ରେ କରାଯାଇଥିବା ଏନଏଫଏଚଏସ-୫ର ତୁଳନା ଆଧାରରେ ନୀତି ଆୟୋଗ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି । ଗ୍ରାମୀଣ କ୍ଷେତ୍ରରେ ଗରିବ ସଂଖ୍ୟା ୩୨.୫୯ ପ୍ରତିଶତରୁ ହ୍ରାସ ପାଇ ୧୯.୨୮ ପ୍ରତିଶତରେ ପହଞ୍ଚିଛି । ଉତ୍ତରପ୍ରଦେଶରେ ଗରିବଙ୍କ ସଂଖ୍ୟା ସବୁଠାରୁ ଅଧିକ ୩.୪୩ କୋଟି ହ୍ରାସ ଘଟିଛି । ଏହାପରେ ବିହାର, ମଧ୍ୟପ୍ରଦେଶ, ଓଡ଼ିଶା ଓ ରାଜସ୍ଥାନ ରହିଛନ୍ତି ।

ସେଥିରେ ପୋଷଣର ସୁଧାର, ସ୍କୁଲ ଶିକ୍ଷା ବର୍ଷ, ସ୍ୱଚ୍ଛତା ଓ ରୋଷେଇ ଖାଦ୍ୟର ଇନ୍ଧନ ଗରିବୀକୁ ହ୍ରାସ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କଥା କୁହାଯାଇଛି । ଆସନ୍ତା ୨୦୩୦ ସମୟସୀମା ପୂର୍ବରୁ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ୧.୨କୁ ହାସଲ କରାଯିବ । ଗରିବୀକୁ ଅତିକମରେ ଅଧା କରାଯିବା ନେଇ କାର୍ଯ୍ୟ ଜାରି ରହିଛି । ପୋଷଣ, ଶିଶୁ ଓ କିଶୋର ମୃତ୍ୟୁହାର, ମାତୃ ସ୍ୱାସ୍ଥ୍ୟ, ସ୍କୁଲ ଶିକ୍ଷାର ବର୍ଷ, ସ୍କୁଲରେ ଉପସ୍ଥାନ, ଖାଇ ରୋଷେଇର ଇନ୍ଧନ, ସ୍ୱଚ୍ଛତା, ପିଇବା ପାଣି, ବିଜୁଳି, ଆବାସ, ସମ୍ପତ୍ତି ଓ ବ୍ୟାଙ୍କ ଖାତା ଏପରି ୧୨ଟି ସୂଚକାଙ୍କରେ ସୁଧାର ଆସିଥିବା କୁହାଯାଇଛି ।

Get real time updates directly on you device, subscribe now.