fbpx

ଆଜି ରାଜ୍ୟରୁ ପୁଣି ବାହାରିଲେ ୧୩୪୧ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୧ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୩୪୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ୭୯୬ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜମରୁ ସର୍ବାଧିକ ୨୨୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ୨୧୮, ସୁନ୍ଦରଗଡରୁ ୯୧, ଭଦ୍ରକରୁ ୮୩, କଟକରୁ ୭୬, ରାୟଗଡାରୁ ୭୫, ବାଲଶ୍ୱରରୁ ୫୪, ବରଗଡରୁ ୫୬, ବଲାଙ୍ଗୀରରୁ ୨୭, ଢେଙ୍କାନାଳରୁ ୧୪, ଗଜପତିରୁ ୨୦, ଜଗତସିଂହପୁରରୁ ୧୬, ଝାରସୁଗୁଡାରୁ ୬୭, ନୟାଗଡରୁ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.