fbpx

ରାଜ୍ୟର ୧୪ଟି ଜିଲ୍ଲା କାଲିଠାରୁ ଲକ୍-ଡାଉନ୍

ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ କରୋନା ଭାଇରସ୍ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ରାଜ୍ୟର ୧୪ଟି ଜିଲ୍ଲାରେ ଲକ୍-ଡାଉନ୍ ଲାଗୁହେବ । ପୂର୍ବରୁ ୫ଟି ଜିଲ୍ଲାରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ଆଉ ୯ଟି ଜିଲ୍ଲାରେ ଲକ୍-ଡାଉନ୍ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନୂଆ ୯ଟି ଜିଲ୍ଲା ମଧ୍ୟରେ ରହିଛି- ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର ଓ ଝାରସୁଗୁଡା । ଲକ୍-ଡାଉନ୍ ହୋଇଥିବା ୧୪ଟି ଜିଲ୍ଲାରେ ଯାତ୍ରୀ ପରିବହନ ବନ୍ଦ ରହିବ । ବସ, ଟ୍ୟାକ୍ସି ଓ ଅଟୋ ରିକ୍ସା ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ପୂର୍ବରୁ ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ ବୋଲି ସରକାର ଘୋଷଣା କରିଥିଲେ । ସେହି ୫ଟି ଜିଲ୍ଲା ମଧ୍ୟରେ ରହିଥିଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ।

Get real time updates directly on you device, subscribe now.