fbpx

କରୋନା ଡର: ୱାଂଶି ମେସିନରେ ଧୋଇଦେଲେ ୧୪ ଲକ୍ଷ

କରୋନା ମହାମାରୀ ଯୋଗୁଁ ସାରା ଦେଶରେ ହାହାକାର ସୃଷ୍ଟି ହୋଇଛି । ଏଥିରୁ ବର୍ତ୍ତିବା ପାଇଁ ଲୋକମାନେ ଅଧିକ ସାବଧାନ୍ ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେ ଜଣେ ବ୍ୟକ୍ତି କରୋନା ଡରରେ ବହୁ ସଂଖ୍ୟକ ନୋଟ୍ ୱଂଶିମେସିନରେ ଧୋଇଦେଇଛନ୍ତି । ଏହି ଘଟଣା ଦକ୍ଷିଣ କୋରିଆରେ ଘଟିଯାଇଛି ।

ତେବେ ଦକ୍ଷିଣ କୋରିଆର ସିଓଲ୍ ନିକଟ ଆନ୍ସନ୍ ସହରରେ ରହୁଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମଣ ଭୟରେ ନିଜର ସମସ୍ତ ଟଙ୍କା ୱାଶିଂମେସିନରେ ଧୋଇଛନ୍ତି । ପାଖାପାଖୀ ୧୪ ଲକ୍ଷ ଟଙ୍କା ୱାଂଶିମେସିନରେ ଧୋଇବା ପରେ ତାହାକୁ ଶୁଖାଇବା ପାଇଁ ଓଭନରେ ରଖିଦେଇଥିଲେ । ଫଳରେ ଅନେକ ନୋଟ୍ ପୋଡିଯାଇଥିଲା ।

ବ୍ୟକ୍ତିଙ୍କ ନୋଟ୍ କିପରି ଡିସଇନଫେକ୍ଟ କରିବା ଉପାୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଧିକାରୀଙ୍କ ଅନୁସାରେ କ୍ଷୟକ୍ଷତି ବହୁ ହୋଇଥିଲା । ସେ କହିଛନ୍ତି ଯେ ଅଧିକାଂଶ ନୋଟ୍ ନଷ୍ଟ ହୋଇଯାଇଛି । ଯାହାପରେ ସେହି ବ୍ୟକ୍ତି ବ୍ୟାଙ୍କ ଅଫ୍ କୋରିଆ ଏହା ଜାଣିବା ପାଇଁ ପହଞ୍ଚିଥିଲା ନୂଆ ବିଲ୍ ପାଇଁ ଏହି ନୋଟ୍ ଗୁଡିକ ବଦଳାଯାଇପାରିବ କି ନାହିଁ । ତେବେ ବ୍ୟକ୍ତିଙ୍କର ଏଭଳି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.