fbpx

୧୪ ବର୍ଷୀୟା ଛାତ୍ରୀଙ୍କ ଅଜବ କାଣ୍ଡ: ସ୍କୁଲରେ ଲଗାଇଦେଲେ ନିଆଁ, ୨୦ ମୃତ, ଛାତ୍ରୀଙ୍କ ସହିତ ୯ ଗୁରୁତର

ନୂଆଦିଲ୍ଲୀ:ଆଜିକାଲି ପିଲାମାନେ ମୋବାଇଲ୍ ଲାଗିି କେତେ ପାଗଳ ତାହା ତ ସମସ୍ତେ ଜାଣନ୍ତି । କିନ୍ତୁ ଏହି ମୋବାଇଲ୍ ଲାଗି ଜଣେ ୧୪ ବର୍ଷୀୟା ଛାତ୍ରୀ ସ୍କୁଲରେ ନିଆଁ ଲଗାଇବା ଦେବା ପରି ଘଟଣା ଆପଣଙ୍କୁ ଚମକାଇ ଦେବ ନିଶ୍ଚୟ । ଛାତ୍ରୀଙ୍କର ଏପରି କାର୍ଯ୍ୟ ଯୋଗ ୨୦ ଜଣ ନୀରିହ ବ୍ୟକ୍ତିଙ୍କ ଜୀବନ ବି ଚାଲିଯାଇଛି । କୁହାଯାଉଛି ସ୍କୁଲର ଶିକ୍ଷକ ଛାତ୍ରୀଙ୍କ ଫୋନ୍ ଜବତ କରି ରଖିବାରୁ ସେ ନାରାଜ ଥିଲେ । ଏହି ଘଟଣା ପରେ ସେ ସ୍କୁଲରେ ନିଆଁ ଲଗାଇ ଦେବେ ବୋଲି ଧମକ ବି ଦେଇଥିଲେ । ଏହି ମାମଲା ଦକ୍ଷିଣ ଆମେରିକୀୟ ଦେଶ ଗୁଆନାର ।

ଡେଲି ଷ୍ଟାରର ରିପୋର୍ଟ ଅନୁସାରେ ଏଠିକାର ମହଦିଆ ସେକେଣ୍ଡାରୀ ସ୍କୁଲ ଛାତ୍ରୀ ନିବାସରେ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ଏହି ନିଆଁ ସ୍କୁଲର ଏକ ବଡ ଭାଗକୁ ନିଜ ଆଁ ମଧ୍ୟକୁ ନେଇ ଯାଇଥିଲା । ବହୁ ଛାତ୍ର ଓ ଷ୍ଟାଫ ଏଥିରେ ଫସି ଯାଇଥିଲେ । ତୁରନ୍ତ ଫାୟାର ବ୍ରିଗେଡ୍ ଟିମ୍କୁ ଖବର ଦିଆଯାଇଥିଲା । କିନ୍ତୁ ନିଆଁ ଲିଭିବା ବେଳକୁ ୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଥିଲା ।

ଏହି ଘଟଣା ରାଜଧାନୀ ଜର୍ଜ ଟାଉନ୍ ଠାରୁ ପ୍ରାୟ ୨୦୦ ମାଇଲ୍ ଦୂରରେ ସେଣ୍ଟ୍ରାଲ ଗୁଆନା ମାଇନିଂ ଟାଉନ୍ରେ ଘଟିଛି । ଏହି ଘଟଣାରେ ପୋଲିସ କହିଛି ଅଭିଯୁକ୍ତ ସେହି ସ୍କୁଲର ଜଣେ ଛାତ୍ରୀ । ଛାତ୍ରୀଙ୍କ ମୋବାଇଲ୍ ସେହି ସ୍କୁଲର ଟିଚର ଜବତ କରି ନେଇଥିଲେ । ଏହାକୁ ନେଇ ଛାତ୍ରୀ ଭୀଷଣ ରାଗି ଯାଇଥିଲେ । ରାଗରେ ସେ ଏପରି ଏକ ଭୟଙ୍କର ପଦକ୍ଷେପ ନେଇଛନ୍ତି । ତେବେ ଜଣାପଡିଛି ଛାତ୍ରୀଙ୍କର ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ପ୍ରେମ ସଂପର୍କ ଥିଲା । ଏହାପରେ ସ୍କୁଲ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା । ଏହି ଛାତ୍ରୀଙ୍କ ବୟସ ମାତ୍ର ୧୪ ବର୍ଷ ବୋଲି ଜଣାପଡିଛି । ଯେତେବେଳେ ତାଙ୍କ ଫୋନ୍ ଛଡାଇ ନିଆଯାଇଥିଲା ସେତେବେଳେ ସେ ଛାତ୍ରୀ ନିବାସରେ ନିଆଁ ଲଗାଇ ଦେବେ ବୋଲି ଧମକ ଦେଇଥିଲେ ।

ତେବେ ଏହି ନିଆଁରେ ସେହି ଛାତ୍ରୀ ଜଣକ ମଧ୍ୟ ଗୁରୁତର ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲ୍ରୁ ଛୁଟି ମିଳିବା ପରେ ତାଙ୍କୁ ଥାନାକୁ ନିଆଯାଇ ପଚରାଉଚୁରା କରାଯିବ । ଏହି ଘଟଣାରେ ଅନ୍ୟ ୯ ଜଣ ବ୍ୟକ୍ତି ମଧ୍ୟ ଗୁରୁତର ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଗାଁରୁ ଆସିଥିବା ୧୨ରୁ ୧୮ ବର୍ଷୀୟା ଯୁବତୀ ରହିଛନ୍ତି । ସ୍କୁଲରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ୫ ବର୍ଷର ପୁଅ ବି ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଛି ।

Get real time updates directly on you device, subscribe now.