୧୫ ଜଣ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

News across the Earth, news close to your heart, Read Odisha Bhaskar English

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ନିର୍ବାଚନ । ଏନେଇ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରୁଛନ୍ତି । ଏହା ମଧ୍ୟରେ ରାଜ୍ୟରେ କ୍ଷମତାସୀନ ଥିବା ବିଜୁ ଜନତା ଦଳ ପୁନର୍ବାର କ୍ଷମତା ହାତେଇବା ସହ ନବୀନ ପଟ୍ଟନାୟକଙ୍କୁ ପୁନଶ୍ଚ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ନେଇ ରଣନୀତି ପ୍ରସ୍ତୁତ କରିଛି । ନିକଟରେ ଦଳ ବିଭିନ୍ନ ଜିଲ୍ଲା ସଂଗଠନକୁ ପୁନର୍ଗଠନ କରିବା ସହିତ ଅନେକ ନେତାଙ୍କୁ ଦାୟିତ୍ୱ ଦେଇଥିଲା ।

ଏହି କ୍ରମରେ ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟ ପୁନର୍ଗଠନ କରାଯିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜେଡି ସୁପ୍ରିମୋ ନୂଆ କର୍ମକର୍ତ୍ତାଙ୍କ ନିଯୁକ୍ତି ନେଇ ଅନୁମୋଦନ କରିଛନ୍ତି । ଦଳର ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସେହିପରି ଦେବାଶିଷ ସାମନ୍ତରାୟ ଓ ପ୍ରଭାସ କୁମାର ସିଂହଙ୍କୁ ଉପଦେଷ୍ଟା, ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ରାଜ୍ୟ ସଭାପତି, ସୁବାଷ ସିଂହଙ୍କୁ ସାଧାରଣ ସମ୍ପାଦକ, ପ୍ରୀତି ରଞ୍ଜନ ଘଡ଼େଇ, ପ୍ରଣମ କୁମାର ବଳବନ୍ତରାୟ, ନିରଞ୍ଜନ ବିଶୀ, ବିକ୍ରମ କୁମାର ପଣ୍ଡା, ଯୁଗଳ କିଶୋର ନାୟକ, ନବ କିଶୋର ମହାନ୍ତି, ପଞ୍ଚାନନ ସେନାପତି, ବୈଦ୍ୟନାଥ ଦାସ, ରାଜୀବ ମହାନ୍ତି ଓ ଜଗଦୀଶ ବିଶ୍ୱାଳଙ୍କୁ କେନ୍ଦ୍ରୀୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.