fbpx

ଇସ୍ତାନବୁଲ: ନାଇଟକ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କ ମୃତ୍ୟୁ, ଅନେକ ଆହତ

Advertisement

ନୂଆଦିଲ୍ଲୀ: ତୁର୍କୀର ଅନ୍ୟତମ ବଡ଼ ସହର ଭାବେ ପରିଚିତ ଇସ୍ତାନବୁଲରୁ ଆସିଛି ଏକ ବଡ଼ ଖବର । ଇସ୍ତାନବୁଲର ଏକ ନାଇଟବ୍ଲକରେ ଅଗ୍ନିକାଣ୍ଡ ଘଟି ଅତିକମରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ଜଣାପଡ଼ିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ମରାମତି କାର୍ଯ୍ୟ କାରଣରୁ ନାଇଟକ୍ଲବ ବନ୍ଦ ରହିଥିବା ବେଳେ ତାହାକୁ ଏକ ୧୬ ମହଲା ବିଶିଷ୍ଟ ବିଲଡିଂରେ ଅସ୍ଥାୟୀ ଭାବେ ରଖାଯାଇଥିଲା । ଏହି ଅଗ୍ନିକାଣ୍ଡରେ ଅନେକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି । ଏହି ଘଟଣାର ନାଇଟକ୍ଲବର ମ୍ୟାନେଜରଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଅଟକ ରଖାଯିବା ସହିତ ଯାଞ୍ଚ ଜାରି ରହିଥିବା ନ୍ୟାୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.