fbpx
BJD
BJD SKY
BJD SKY

ସୁନାରେ ନିବେଶ କଲେ ୧୫ ପ୍ରତିଶତ ରିଟର୍ଣ୍ଣ ମିଳୁଛି: ନୂଆ ବର୍ଷ ୨୦୨୪ରେ ସୁନା ରେଟ୍ ୭୨ ହଜାର ଟପିପାରେ- ବିଶେଷଜ୍ଞ

BJD

ନୂଆଦିଲ୍ଲୀ: ୨୦୨୪ ନୂଆବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି । ନୂଆ ବର୍ଷ ଅବସରରେ ସମସ୍ତେ ଭୋଜିଭାତ, ପିକନିକରେ ମସଗୁଲ ରହିବା ସହିତ କିଛି ନୂଆ ପ୍ଲାନିଂ କରିଥାନ୍ତି । ବିଶେଷ କରି ନୂଆବର୍ଷରେ କେଉଁ ସ୍କିମରେ ନିବେଶ କଲେ ଅଧିକ ଫାଇଦା ମିଳିବା ସେନେଇ ଜନସାଧାରଣ ସର୍ବଦା ଚିନ୍ତିତ ରହିଥାନ୍ତି । ତେବେ ଏପରି ସ୍ଥିତିରେ ସୁନାରେ ନିବେଶ ଆପଣଙ୍କ ପାଇଁ ଏକ ବଢ଼ିଆ ବିକଳ୍ପ ହୋଇପାରେ ।

ଚଳିତ ୨୦୨୩ ବର୍ଷରେ ସୁନାରେ ୧୫ ପ୍ରତିଶତ ରିଟର୍ଣ୍ଣ ମିଳିଛି । ଏହା ନିଶ୍ଚିତ ଭାବେ ଅନ୍ୟ ନିବେଶ ଅପେକ୍ଷା ଏକ ସର୍ବୋତ୍ତମ ନିବେଶ । କେବଳ ଏତିକି ନୁହେଁ, ୨୦୨୪ ବର୍ଷରେ ୧୦ ଗ୍ରାମ ସୁନା ଦର ୭୨ ହଜାର ଟଙ୍କା ଟପିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଆଗାମୀ ଦିନରେ ବିଶ୍ୱର ଆର୍ଥିକ ବିକାଶ ଧୀମା ହେବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ସୁନାରେ ନିବେଶ କରିବା ପାଇର୍ ନିବେଶକମାନେ ଅଧିକ ସୁରକ୍ଷିତ ମଣିବେ ।

ଏଥିସହିତ ଆଗାମୀ ଦିନରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସୁନା ପ୍ରତି ଚାହିଦା ବଢ଼ିବାର ସମ୍ଭାବନା ରହିଛି । ସୁନାରେ ନିବେଶ ବଢ଼ିଲେ ଏହି ଧାତୁର ଦର ମଧ୍ୟ ସ୍ୱାଭାବିକ ଭାବେ ବୃଦ୍ଧି ପାଇବ । ବର୍ତ୍ତମାନ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ୬୪ ହଜାର ଟଙ୍କା ପାଖାପାଖି ରହିଥିବା ବେଳେ ଆଗକୁ ଏହା ୭୨ ହଜାର ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ସେହିପରି ରୁପା ଦର ମଧ୍ୟ କିଲୋଗ୍ରାମ ପିଛା ୮୮ ହଜାର ଟଙ୍କା ସ୍ତରକୁ ଯାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତେଣୁ ବଜାରର ସ୍ଥିତିକୁ ଦେଖିଲେ ସୁନାରେ ନିବେଶ ଆପଣଙ୍କୁ ନିଶ୍ଚିତ ଭାବେ ଅଧିକ ଫାଇଦା ପ୍ରଦାନ କରିବ ।

Get real time updates directly on you device, subscribe now.