fbpx

ଖୁସି ଖବର: ରାଜ୍ୟରେ ଆଜି ୧୫୨୧ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୫/୮(ଓଡିଶା ଭାସ୍କର):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୦,୭୨୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୨୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସେହିପରି ଖୋର୍ଦ୍ଧାରେ ୨୩୧, କଟକରେ ୧୬୬, ରାୟଗଡରେ ୯୩, ସୁନ୍ଦରଗଡ଼ରେ ୮୯, ପୁରୀରେ ୮୦, କଳାହାଣ୍ଡିରେ ୭୭, ବାଲେଶ୍ୱରରେ ୬୧, ନୟାଗଡ଼ରେ ୫୬, ଗଜପତିରେ ୫୪, ସମ୍ବଲପୁରରେ ୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.