୨୦୧୪ରୁ ୨୦୨୫ ଫେବୃଆରୀ ଯାଏଁ ଭିଜିଲାନ୍ସ ୩୬୨୩ ଦୁର୍ନୀତି ନିବାରଣ ମାମଲା ପଞ୍ଜିକରଣ କରିଛି : ମୁଖ୍ୟମନ୍ତ୍ରୀ
ଦୁର୍ନୀତିଖୋରଙ୍କ ବିରୋଧରେ କଠୋର ରାଜ୍ୟ ସରକାର ।
ଭୁବନେଶ୍ବର: ଗୃହରେ ଉଠିଲା ଦୁର୍ନୀତି ପ୍ରସଙ୍ଗ । ଟଙ୍କଧର ତ୍ରିପାଠୀଙ୍କର ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫ ବର୍ଷରେ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୫୯ ଜଣ ସରକାରୀ ଅଧିକାରୀ ଚାକିରି ହରାଇଛନ୍ତି ବୋଲି ସେ କହିଛନ୍ତି ।
ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ଦିଗରେ ସରକାର ପ୍ରୟାସ ଜାରି ରଖିଛନ୍ତି । ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରହିଛି । ୨୦୧୪ରୁ ୨୦୨୫ ଫେବୃଆରୀ ଯାଏଁ ଭିଜିଲାନ୍ସ ୩୬୨୩ ଦୁର୍ନୀତି ନିବାରଣ ମାମଲା ପଞ୍ଜିକରଣ କରିଛି ।
ସେଥିମଧ୍ୟରୁ ୨୫୫୩ ମାମଲାର ଫୈଇସଲା ହୋଇଛି । ଯେଉଁଥିରେ ୯୩୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୧୦୫୩ଟି ମାମଲାରେ ଅଭିଯୁକ୍ତ ଦୋଷ ମୁକ୍ତ ହୋଇଛନ୍ତି ।
୧୨୦ ଜଣ ସରକାରୀ ଅଫିସର ଓ କର୍ମଚାରୀ ମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ୩୯ ଜଣଙ୍କୁ ଦିଆଯାଇଛି ବାଧ୍ୟତା ମୂଳକ ଅବସର ପ୍ରଦାନ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏବେ ଯାଏଁ ମୋଟ ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା ଜବତ ହୋଇଛି ।