fbpx

୧୬ ବର୍ଷୀୟ କିଶୋରୀଙ୍କୁ ଗଣଦୁଷ୍କର୍ମ ପରେ ଭିଡିଓ ରେକର୍ଡ କରି ଧମକ, ୩ ଗିରଫ

ନୂଆଦିଲ୍ଲୀ: ଜଣେ ୧୬ ବର୍ଷୀୟ କିଶୋରୀଙ୍କୁ ଗଣଦୁଷ୍କର୍ମ ପରେ ଘଟଣା ସମୟର ଭିଡିଓ କରି ଧମକ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ପୋକ୍ସୋ ଆକ୍ଟ୍ ଅଧୀନରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ଜିନ୍ଦ ଠାରେ । ଏନେଇ ରବିବାର ଦିନ ପୋଲିସ୍ ସୁଚନା ଦେଇଛି ।

ସୂଚନା ଅନୁସାରେ, ଏହି ଘଟଣା ଗତବର୍ଷ ଅଗଷ୍ଟ ୫ ତାରିଖରେ ଘଟିଥିଲା । ପୀଡ଼ିତା ଜଣକ ଯେତେବେଳେ ଜଣେ ମହିଳାଙ୍କୁ ଦେଖା କରିବାକୁ ଯାଇଥିଲେ ଯିଏକି ତାଙ୍କ ପଡ଼ୋଶୀରେ ରହୁଥିଲେ । ଅଭିଯୁକ୍ତ ମାନେ ପୀଡ଼ିତାଙ୍କୁ ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ଖାଇବାକୁ ଦେଇଥିଲେ ଓ ଏହାପରେ ମିଶି ଗଣଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହେଁ ଦୁଷ୍କର୍ମ ବେଳର ଭିଡିଓ କରି ଧମକ ମଧ୍ୟ ଦେଇଥିଲେ । ପୋଲିସ୍ ଏନେଇ ସୂଚନା ଦେଇଛି ।

ଏହାବ୍ୟତୀତ ଅଭିଯୁକ୍ତ ମାନେ ଏସମ୍ପର୍କରେ କାହାକୁ ବି ନ ଜଣାଇବାକୁ ଧମକ ଦେଇଥିଲେ ଓ ଭିଡିଓକୁ ଅସ୍ତ୍ର କରି ଟଙ୍କା ମଧ୍ୟ ଆଦାୟ କରିଥିଲେ । ପ୍ରତିଦିନ ଏହିପରି ଭାବରେ ଟଙ୍କା ଦାବି କରୁଥିବାରୁ ଅତିଷ୍ଠ ହୋଇ ପୀଡ଼ିତା ଜଣକ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଏ ମାମଲାରେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ୍ ମାମଲା ରୁଜୁ କରି ତିନି ଜଣଙ୍କୁ ଗିରଫ କରିଛି । ଦୁଇ ଦୁଷ୍କର୍ମକାରୀଙ୍କ ବ୍ୟତୀତ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ ।

Get real time updates directly on you device, subscribe now.