fbpx
BSKY SKY
BSKY SKY

ତିନି ମାସରେ ୨ୟ ଥର ବିଶ୍ୱ ଚାମ୍ପିଅନଙ୍କୁ ହରାଇଲେ ଭାରତର ୧୬ ବର୍ଷିୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନାନନ୍ଦ

BSKY

ନୁଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନାନନ୍ଦ ରମେଶପ୍ରଭୁ ୨୦୨୨ରେ ବିଶ୍ୱ ଚାମ୍ପିଅନ ମାଗ୍ନସ କାର୍ଲସନଙ୍କୁ ଦ୍ୱିତୀୟ ଥର ପରାଜୟ କରିଛନ୍ତି । ଚେଜେବଲ ମାଷ୍ଟରର ପଞ୍ଚମ ରାଉଣ୍ଡରେ ନରୱେର କାର୍ଲସନଙ୍କ ବଡ଼ ଭୁଲ କରିଥିଲେ । ଏହାର ଫାଇଦା ନେଇ ପ୍ରଜ୍ଞାନାନନ୍ଦ ତାଙ୍କୁ ମାତ୍ ଦେଇଥିଲେ । ଏହି ବିଜୟ ସହ ଅନଲାଇନ୍ ରାପିଡ ଚେସ୍ ଟୁର୍ଣ୍ଣାମେଣ୍ଟରେ ପ୍ରଜ୍ଞାନାନନ୍ଦ ନକ୍ ଆଉଟ୍ ପହଞ୍ଚିବାର ଆଶା ଉଜ୍ଜିବିତ ରଖିଛନ୍ତି ।

ଗତ ତିନ ମାସ ମଧ୍ୟରେ ପ୍ରଜ୍ଞାନାନନ୍ଦ ଦ୍ୱିତୀୟ ଥର ପାଇଁ କାର୍ଲସନଙ୍କୁ ହରାଇଛନ୍ତି। ଏହା ପୁର୍ବରୁ ଫେବୃଆରୀରେ ଏୟାଥିଙ୍ଗସ୍ ମାଷ୍ଟର୍ସରେ ବିଶ୍ୱ ଚାମ୍ପିଅନ କାର୍ଲସନଙ୍କୁ ହରାଇଥିଲେ। ଏହା କାର୍ଲସନଙ୍କ ଉପରେ ତାଙ୍କର ପ୍ରଥମ ବିଜୟ ଥିଲା । ଏବେ ତିନି ମାସ ମଧ୍ୟରେ ସେ ପୁଣି ଥରେ ଇତିହାସ ଦୋହରାଇଛନ୍ତି।

୧୫୦ ହଜାର ଆମେରିକୀୟ ଡଲାର(୧.୧୬ କୋଟି ଟଙ୍କା) ପୁରସ୍କାର ବିଶିଷ୍ଟ ଏହି ଟୁର୍ଣ୍ଣାମାଣ୍ଟେରେ ପଞ୍ଚମ ରାଉଣ୍ଡରେ ପ୍ରଜ୍ଞାନାନନ୍ଦ କାର୍ଲସନଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ମ୍ୟାଚ୍ ଡ୍ର ଆଡ଼କୁ ଗତି କରୁଥିଲା, କିନ୍ତୁ ୪୦ ତମ ମୁଭ୍ ରେ କାର୍ଲସନ ବଡ଼ ଭୁଲ କରି ବସିଥିଲେ। ସେ ତାଙ୍କର କଳା ଘୋଡ଼ାକୁ ଭୁଲ୍ ଜାଗାରେ ରଖି ଦେଇଥିଲେ। ଏହାପରେ ପ୍ରଜ୍ଞାନାନନ୍ଦ କାର୍ଲସନଙ୍କୁ ମ୍ୟାଚ୍ ରେ ପ୍ରତ୍ୟାବର୍ତ୍ତନ କରିବାକୁ କୌଣସି ସୂଯୋଗ ଦେଇ ନଥିଲେ ଏବଂ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ତେବେ କାର୍ଲସନଙ୍କ ଭୁଲ କାରଣରୁ ମୁକାବିଲା ଜିତିବା ପରେ ପ୍ରଜ୍ଞାନାନନ୍ଦ କହିଛନ୍ତି ଯେ, ସେ ଏହିପରି ଭାବରେ ମ୍ୟାଚ୍ ଜିତିବାକୁ ଚାହାନ୍ତି ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ କାର୍ଲସନ ତୃତୀୟ ସ୍ଥାନରେ ରହିଛନ୍ତି। ଚୀନର ୱେଇ ୟି ପ୍ରଥମ ସ୍ଥାନରେ ରହିଛନ୍ତି। ତେବେ ପ୍ରଜ୍ଞାନାନନ୍ଦଙ୍କ ପାଖରେ ବର୍ତ୍ତମାନ ୧୨ ପଏଣ୍ଟ ରହିଛି। ଦୁନିଆର ସବୁଠୁ କନିଷ୍ଠ ଗ୍ରାଣ୍ଡମାଷ୍ଟର ଅଭିମନ୍ୟୁ ମିଶ୍ରା ମଧ୍ୟ ଏହି ଟୁର୍ଣ୍ଣାମାଣ୍ଟରେ ଅଂଶ ଗ୍ରହଣ କରିଛନ୍ତି, ଯେଉଁଥିରେ ୧୬ ଜଣ ଖେଳାଳୀ ଭାଗ ନେଇଛନ୍ତି ।

Get real time updates directly on you device, subscribe now.