ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ଗତ ପାଞ୍ଚଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିଛି । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ ସଂକ୍ରମଣ ୨ ହଜାର ତଳେ ରହିଥିଲା । ଗତ ମାସ ୧୪ ତାରିଖରୁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିବା ବେଳେ ୨ ହଜାର ତଳକୁ ଖସିବା ପାଇଁ ୨୮ ଦିନ ଲାଗିଥିଲା । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଆଜି ପୁଣି ସଂକ୍ରମଣ ଦୁଇ ହଜାର ତଳକୁ ହ୍ରାସ ପାଇଛି । ଏହା ମଧ୍ୟରେ ଆଜି ପୁଣି ୧୬୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୫୫ ଓ ସ୍ଥାନୀୟ ଅଞ୍ଚଳରୁ ୬୯୩ ଜଣ ଚିହ୍ନଟ ହୋଇଛନ୍ତି ।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୩୦ ହଜାର ୪୧୮ ରହିଥିବା ବେଳେ ୨୦ ହଜାର ୩୮୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ କଟକ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 18th July
New Positive Cases: 1648
In Quarantine: 955
Local Contacts: 693(Details of local contacts will be shared by concerned Dist Administration)
District Wise Cases:
1. Angul: 89
2. Balasore: 83
3. Bargarh: 17
4. Bhadrak: 77
5. Balangir: 1— I & PR Department, Odisha (@IPR_Odisha) July 19, 2021
22. Mayurbhanj: 77
23. Nawarangpur: 12
24. Nayagarh: 73
25. Nuapada: 7
26. Puri: 67
27. Rayagada: 21
28. Sambalpur: 24
29. Sonepur: 10
30. Sundargarh: 33
31. State Pool: 44New recoveries: 2492
Cumulative tested: 15135862
Positive: 955974
Recovered: 930418
Active cases: 20387— I & PR Department, Odisha (@IPR_Odisha) July 19, 2021