fbpx

ଜୁଲାଇ ୨୦୨୩ରେ ସଂଗ୍ରହ ହେଲା ୧.୬୫ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି

ନୂଆଦିଲ୍ଲୀ: ଜୁଲାଇ ୨୦୨୩ରେ ଭାରତ ସରକାର ୧,୬୫,୧୦୫ କୋଟି ଜିଏସ୍‌ଟି ସଂଗ୍ରହ କରିଛନ୍ତି । ଯାହା ଗତ ବର୍ଷ ଜୁଲାଇ ମାସଠାରୁ ୧୧% ଅଧିକ ରହିଛି । ଜିଏସ୍‌ଟି ଲାଗୁ ହେବା ପରେ ପଞ୍ଚମ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୬୦ ଲକ୍ଷ କୋଟି ପାର୍ କରିଛି । ମୋଟ୍ ଜିଏସ୍‌ଟି ସଂଗ୍ରହ ମଧ୍ୟରୁ ସିଜିଏସ୍‌ଟି ୨୯,୭୭୩ କୋଟି, ଏସ୍‌ଜିଏସ୍‌ଟି ୩୭,୬୨୩ କୋଟି ଏବଂ ଆଇଜିଏସ୍‌ଟି ୮୫,୯୩୦ କୋଟି ସଂଗ୍ରହ ହୋଇଛି ଯେଉଁଥିରେ ୪୧,୨୩୯ କୋଟି ଟଙ୍କା ଦ୍ରବ୍ୟ ଆମଦାନୀ ଉପରୁ ଗ୍ରହଣ କରାଯାଇଛି । ସେହିଭଳି ସେସ୍ ଜରିଆରେ ୧୧,୭୭୯ କୋଟି ଟଙ୍କା ସଂଗ୍ରହ କରାଯାଇଛି, ଯେଉଁଥିରେ ୮୪୦ କୋଟି ଦ୍ରବ୍ୟ ଆମଦାନୀ ଉପରୁ ସଂଗ୍ରହ କରାଯାଇଛି ।

କେନ୍ଦ୍ର ଅର୍ଥମନ୍ତ୍ରଳାୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସକାର ଆଇଜିଏସ୍‌ଟି ରୁ ସିଜିଏସ୍‌ଟି ମାଧ୍ୟମରେ ୩୯,୭୮୫ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ସାହାଯ୍ୟରେ ୩୩,୧୮୮ କୋଟି ଟଙ୍କା ସେଟେଲ୍ କରିଛନ୍ତି । ରେଗୁଲାର ସେଟେଲମେଣ୍ଟ ପରେ ଜୁଲାଇ ୨୦୨୩ରେ କେନ୍ଦ୍ର ସରକାରଙ୍କ ସିଜିଏସ୍‌ଟିରୁ ୬୯,୫୫୮ କୋଟି ଏବଂ ରାଜ୍ୟ ର ଏସ୍‌ଜିଏସ୍‌ଟି ରୁ ୭୦,୮୧୧ କୋଟି ବଳକା କର ରହିଛି ।

ଜୁଲାଇ ମାସରେ ଘରୋଇ କାରବାର ଯେଉଁଥିରେ ସେବା ଆମଦାନୀ ମଧ୍ୟ ସାମିଲ, ଏଥିରୁ ମିଳୁଥିବା କର ଗତ ବର୍ଷ ଜୁଲାଇ ତୁଳନାରେ ୧୫% ବୃଦ୍ଧି ଦେଖିବାକୁ ମିଳିଛି । ଜୁନ୍ ମାସରେ ୧.୬୧ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ଜୁଲାଇ ମାସରେ ଏହା ୧.୬୫ ଲକ୍ଷ କୋଟି କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.