fbpx

କରୋନା ନେଲାଣି ୧୬ହଜାର ମୁଣ୍ଡ

ନୂଆଦିଲ୍ଲୀ, ୨୪ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଏହାରି ମଧ୍ୟରେ ବିଶ୍ୱରେ କରୋନାରେ ୧୬ହଜାର ୪୬୪ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେମାନଙ୍କ ମଧ୍ୟରୁ ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ୬,୦୭୭ । ସେହିପରି ଚୀନରେ ୩ହଜାର ୨୭୦, ସ୍ପେନରେ ୨୩୧୧, ଇରାନରେ ୧୮୧୨, ଫ୍ରାନ୍ସରେ ୮୬୦, ୟୁଏସରେ ୫୫୭ ଜଣ, ଭାରତରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୭୫ ହଜାର ୭୯୨କୁ ପହଞ୍ଚିଲାଣି । ଏହା ସହ ୬୬ହଜାର ୯୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.