fbpx
BSKY
BJD SHG SKY
BJD YOUTH SKY

ଓଡ଼ିଶା ଜଳ ବିଦ୍ୟୁତ ନିଗମରେ ନିଯୁକ୍ତି ସୁଯୋଗ: ଭଲ ଦରମାରେ ଚାକିରି କରନ୍ତୁ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା ଜଳ ବିଦ୍ୟୁତ ନିଗମ ଲିଃ (ଓଚପିସି) ପକ୍ଷରୁ ୧୭୭ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପାର୍ଥୀଙ୍କୁ ଟେକ୍ନିକାଲ ଅଣକାର୍ଯ୍ୟନିର୍ବାହୀ ଟ୍ରେନି, ମ୍ୟାନେଜମେଣ୍ଟ ଟ୍ରେନି, ଡିପ୍ଲୋମା ଇଞ୍ଜିନିୟର ଟ୍ରେନି ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀ ଦଶମ / ଦ୍ୱାଦଶ / ଆଇଟିଆଇ / ଡିପ୍ଲୋମା / ଡିଗ୍ରୀ (ପ୍ରାସଙ୍ଗିକ ଟ୍ରେଡ) ପାସ୍ କରିଥିବା ଆବଶ୍ୟକ । ଚଳିତ ବର୍ଷ ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଅଗଷ୍ଟ ମାସ ୧୭ ତାରିଖରୁ ଅନଲାଇନ ଆବେଦନ ଓ ଫେମେଣ୍ଟ ଫି’ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୧୪ ତାରିଖରେ ସମାପ୍ତ ହେବ । ଏହାପରେ ଅକ୍ଟୋବର / ନଭେମ୍ବର ମାସରେ ପରୀକ୍ଷା ଆୟୋଜନ ହୋଇପାରେ ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ସାମାଜିକ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ମହିଳା, ଏକ୍ସ-ସର୍ଭିସମ୍ୟାନ ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ କୋହଳ କରାଯିବ । ଏସସି / ଏସଟି / ମହିଳା/ ଏସଇବିସିଙ୍କ କ୍ଷେତ୍ରରେ ୫ ବର୍ଷର ବୟସ କୋହଳ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 17.08.2023

ନୋଟିଫିକେସନ ଲିଙ୍କ: https://admin.ohpcltd.com/Siteupdate/RecruitmentFile/OHPC_TNE_05082023.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://ohpcltd.com/

Get real time updates directly on you device, subscribe now.