fbpx

ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର, ୩ା୯(ଓଡ଼ିଶା ଭାସ୍କର): ଆସନ୍ତା ସେପ୍ଟେମ୍ବର ୫ରେ +୨ କଳା ରେଜଲ୍ଟ ପ୍ରକାଶ ପାଇବ । ଶନିବାର ଦିନ ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଚଳିତଥର +୨ କଳାରେ ୨ଲକ୍ଷ ୨୦ ହଜାର ୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ୧୨ ତାରିଖରେ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

Get real time updates directly on you device, subscribe now.