fbpx

ରାଜ୍ୟରେ ଆଉ ୨କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଦୁଇ ୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରେ ଜଣେ କୋରାପୁଟର ଦଶମନ୍ତପୁରର ୨୨ବର୍ଷିୟ ସ୍ୱାସ୍ଥ୍ୟକର୍ମୀ ହୋଇଥିବା ବେଳେ ଅନ୍ୟଜଣକ ବାଲେଶ୍ୱରର ୩୨ବର୍ଷିୟ ଯୁବକ । କୋରାପୁଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ୧୪ଏପ୍ରିଲରେ କାର୍ଯ୍ୟରେ ଯୋଗ ଦେବା ପାଇଁ କୋଲକାତାରୁ ଫେରିଥିଲେ । କିନ୍ତୁ ସେ କାର୍ଯ୍ୟରେ ଯୋଗ ନଦେଇ ପ୍ରଥମେ କ୍ୱାରେଣ୍ଟିନରେ ରହିଥିଲେ । ଏହାସହ ଓଡ଼ିଶାରେ ଚିକିତ୍ସା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟରେ ୧୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୭୨ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

Get real time updates directly on you device, subscribe now.