fbpx

ହୀରାକୁଦର ଆଉ ଦୁଇଟି ସୁଇସ ଗେଟ୍ ବନ୍ଦ

ସମ୍ବଲପୁର, ୩୧ା୮(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ସୁଇସ ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ମୋଟ ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ବାମ ପାଖ ସ୍ପିଲୱେର ୨୩ଟି ଓ ଡାହାଣ ପାଖରେ ୧୧ଟି ଗେଟ୍ ଖୋଲା ହୋଇଛି । ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ୬୩୦ଫୁଟ୍ ଥିବା ବେଳେ ଜଳସ୍ତର ୬୨୭.୦୮ ଫୁଟ୍ ରହିଛି । ସେହିପରି ପ୍ରତି ସେକେଣ୍ଡରେ ୫ଲକ୍ଷ ୧୬ହଜାର ୨୫୬ ଘନଫୁଟ ଜଳ ପଶୁଛି ଓ ପ୍ରତି ସେକେଣ୍ଡରେ ୫ଲକ୍ଷ ୯୮ହଜାର ୮୪୭ ଘନ ଫୁଟ ଜଳ ବାହାରୁଥିବା ନେଇ ସୂଚନା ରହିଛି ।

ଅନ୍ୟପଟେ ଉପର ମୁଣ୍ଡରେ ବର୍ଷା ନଥିବାରୁ କଟକ ମୁଣ୍ଡୁଳିରେ ବନ୍ୟା ପାଣି କମିବ । ଆଜି ଅପରାହ୍ନରୁ ପାଣି କମିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ମୁଣ୍ଡୁଳିରେ ଏବେ ୧୦ଲକ୍ଷ ୨୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମହାନଦୀ ସିଷ୍ଟମର ୫ଟି ସମେତ ରାଜ୍ୟରେ ୩୬ଟି ଘାଇ ହୋଇଛି । ତଳମୁଣ୍ଡରେ ଦେବୀ, ଦୟା, ଭାର୍ଗବୀ ଓ କୁଶଭଦ୍ରାରେ ଅଧିକ ପାଣି ଅଛି । ବହୁ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ଅଛି । ଅନୁଗୁଳ ରେଙ୍ଗାଲି ଡ୍ୟାମର ସବୁ ଗେଟ୍ ବନ୍ଦ କରିଦିଆ ଯାଇଛି । ଦୟା ନଦୀ ଓ କେନ୍ଦ୍ରାପଡ଼ାରେ ହୋଇଥିବା ୧୦ଟି ଘଳିଆକୁ ମରାମତି କରାଯାଇଛି । କିନ୍ତୁ ପାଣି ନିଷ୍କାସନ ହେବାକୁ ୪ଦିନ ସମୟ ଲାଗିବ । ଡିନାମାଇଟରେ ଘାଇ ଭଙ୍ଗାଯିବା ଘଟଣାରେ ଏତଲା ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.