ନୂଆଦିଲ୍ଲୀ,୧୫ ।୫: ଗତ ବୁଧବାରଠାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସାମ୍ବାଦିକ ସମ୍ମିଳନୀରେ ୨୦ ଲକ୍ଷ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ବିଷୟରେ ସୂଚନା ଦେଇଆସୁଛନ୍ତି । ଆଜି ଆତ୍ମନିର୍ଭର ଭାରତ ପ୍ୟାକେଜ-୩ ଘୋଷଣା ବେଳେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୨୦୨୦-୨୧ ବର୍ଷରେ ଦୁଗ୍ଧ ସମବାୟଗୁଡିକୁ ୨% ସୁଧ ରିହାତି ମିଳିବ । ଠିକ୍ ସମୟରେ ଋଣ ପଇଠ କଲେ ଅତିରିକ୍ତ ୨% ସୁଧ ରିହାତି ମିଳିବ । ଏଥିପାଇଁ ମୋଟ୍ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଫଳରେ ଦେଶରେ ପ୍ରାୟ ୨ କୋଟିରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହୋଇପାରିବେ ।
Get real time updates directly on you device, subscribe now.