fbpx

Big Breaking: ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ଅଟୋକୁ ପିଟିଲା ଟ୍ରକ, ୨ ମୃତ

Advertisement

ଯାଜପୁର: ଅଧାରେ ରହିଗଲା ଜଗନ୍ନାଥ ଦର୍ଶନ । ପୁରୀ ଯାଉଥିବା ବାଟରେ ଅଟୋ ଏବଂ ଟ୍ରକ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ସହିତ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ଯାଜପୁର ଜିଲ୍ଲା ପାଣିକୋଇଲି ନିକଟରେ ଘଟିଛି ।

ଜଗନ୍ନାଥ ଦର୍ଶନ ପାଇଁ ଆଜି ସକାଳେ ଭଦ୍ରକରୁ ଅଟୋ ଯୋଗେ ପୁରୀ ଯାଉଥିଲେ । ତେବେ ଯିବା ବାଟରେ ପାଣିକୋଇଲି ନିକଟରେ ଏକ ଟ୍ରକ ଆସି ଅଟୋକୁ ପଛରୁ ଧକ୍କା ଦେଇଥିଲା । ଫଳରେ ୨ ଜଣଙ୍କର ଘଟସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳିକା ଏବଂ ଜଣେ ୭ ବର୍ଷର ବାଳକ ଥିବା ସୂଚନା ମିଳିଛି ।ତେବେ ଏହି ଦୁର୍ଘଟଣାରେ ଆଉ ୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି । ଗୁରୁତର ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଏସସିବି ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.