fbpx

ପୁଣି ଦୁଇ ଯବାନ ସହିଦ, ୪ ଜଣ ଆହତ: ଛତିଶଗଡ଼ରେ ନକ୍ସଲଙ୍କ IED ବିସ୍ଫୋରଣ

ନୂଆଦିଲ୍ଲୀ: ଗତ ୧୫ ତାରିଖରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଜଣ ଯବାନ ସହିତ ହୋଇଥିବା ବେଳେ ପୁଣି ଘଟିଛି ଏକ ବଡ଼ ଅଘଟଣ । ଛତିଶଗଡ଼ର ବିଜାପୁରରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ସହିତ ହେବା ସହିତ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଯବାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ଜିଲ୍ଲାର ତରେମ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା ।

ସୂଚନା ମୁତାବକ, ଘଞ୍ଚ ଜଙ୍ଗଲ ମଧ୍ୟରେ ନକ୍ସଲମାନେ ଆଇଇଡି ଲୁଚାଇ ରଖିଥିଲେ । ସେହି ରାସ୍ତାଦେଇ ଯିବା ସମୟରେ ୬ ଜଣ ଯବାନ ଉକ୍ତ ଆଇଇଡି ସଂସ୍ପର୍ଶରେ ହାସିଥିଲେ । ଆଇଇଡି ବିସ୍ଫୋରଣ ହେବା ପରେ ୨ ଜଣ ସହିଦ ହେବା ସହିତ ୪ ଜଣ ଆହତ ହୋଇଥିଲେ । ସଙ୍ଗେସଙ୍ଗେ ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଏୟାରଲିଫ୍ଟ କରି ରାୟପୁର ସ୍ଥାନାନ୍ତର କରାଯିବ । ଏସପି ଜିତେନ୍ଦ୍ର କୁମାର ଯାଦବ ଆହତଙ୍କ ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.