fbpx
BJD SKY
BJD SKY

ଭିଟାମିନ “ଡି’ ଯୁକ୍ତ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ ଏହି ୨ଟି ଜିନିଷ : ଡାଏଟରେ କରନ୍ତୁ ଏହାକୁ ସାମିଲ

BJD

ଭୁବନେଶ୍ୱର : ଶରୀରରେ ଭିଟାମିନ “ଡି’ର ଅଭାବ ହେଲେ ବାରମ୍ବାର ମୁଣ୍ଡ ବ୍ୟଥା, ମୁଣ୍ଡ ବୁଲାଇବା ସହ ଇମ୍ୟୁନିଟି ମଧ୍ୟ କମଜୋର ହୋଇଯାଇଥାଏ । ଏହି ସମସ୍ୟାକୁ ଆପଣ ହାଲକାରେ ନେବା ଉଚିତ ନୁହେଁ । ଆମ ଶରୀରରେ ଭିଟାମିନ ଡି ଅତ୍ୟନ୍ତ ଜରୁରୀ ଭିଟାମିନ ଅଟେ । ଭିଟାମିନ ଡି ଇମ୍ୟୁନିଟି ସିଷ୍ଟମକୁ ଶକ୍ତ ରଖିବା ଏବଂ ହାଡ ଓ ଦାନ୍ତର ବିକାଶ କାମରେ ଆସିଥାଏ । ଏହା ଦ୍ୱାରା ଡାଇବେଟିସ ଭଳି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।
ଏକ ରିସର୍ଚ୍ଚ ଅନୁସାରେ, କ୍ଷୀର ଏବଂ ପାଣି, ଭିଟାମିନ ଡି କୁ ଭଲ ଭାବରେ ହଜମ କରି ଦିଅନ୍ତି । ଯଦି ଆପଣ ଭିଟାମିନ ଡି ସହିତ କ୍ଷୀର, କ୍ଷୀରରେ ତିଆରି ହୋଇଥିବା ଅନ୍ୟ କିଛି ଖାଦ୍ୟ ଜାତୀୟ ଜିନିଷ ସେବନ କରନ୍ତି, ତେବେ ସେ ଶରୀରରେ ଭଲ ଭାବରେ ହଜମ ହୋଇଯାଏ ।

ଭିଟାମିନ ଡି ର ଉତ୍ସ :

୧. ଦହି : ଆମେରୀକା କୃଷି ବିଭାଗର ନ୍ୟୁଟ୍ରେସନ ଆଙ୍କଡୋଙ୍କ ଅନୁସାରେ, ଦହିରେ ପ୍ରୋଟିନର ମାତ୍ରା ଅଧିକ ଥାଏ ଏବଂ ଏଥରରେ ଭିଟାମିନ ଡି ମଧ୍ୟ ମିଳିଥାଏ । ୨୨୬ ଗ୍ରାମ ଦହିରେ ୫ ମିଗ୍ରା ଭିଟାମି ଡି ରହିଥାଏ ।

୨. ଓଟମିଲ : ଏଥିରେ ଶସ୍ୟ ପ୍ରଚୁର ପରିମାଣରେ ରହିଥାଏ । ଏହା ଭିଟାମିନ ଡି ର ଭଲ ଉତ୍ସ ଅଟେ । ଏହା ବ୍ୟତୀତ ଓଟସରେ ମିନେରଲ୍ସ ଅଧିକ ଥାଏ ଏବଂ କାବ୍ରୋହାଇଡ୍ରେଟ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଶରୀରକୁ

ସୁସ୍ଥ ଏବଂ ଫିଟ ରଖିବାରେ ସାହାଯ୍ୟ କରିଥାଏ ।

୩. ଅଣ୍ଡାର କେଶର : ଭିଟାମିନ ଡି ର ଅନ୍ୟ ଏକ ଉତ୍ସ ହେଉଛି ଅଣ୍ଡାର କେଶର । କିନ୍ତୁ ଏଥିରେ ଫେଟ ଅଧରକ ରୁହେ । ଏହା ବ୍ୟତୀତ ଏଥିରେ ପ୍ରୋଟିନ, ସୁସ୍ଥ କାବ୍ରୋହାଇଡ୍ରେଟ ମଧ୍ୟ ରହିଥାଏ ।

୪. ମାଛ : ସେଲମନ ଓ ଚୁନା ମାଛକୁ ଡାଏଟରେ ସାମିଲ କରନ୍ତୁ । ଏହା କ୍ୟାଲସିୟମ, ପ୍ରୋଟିନ, ଫସଫରସ ଏବଂ ଭିଟାମିନ ଡି ରେ ଭରପୁର ହୋଇରହିଥାଏ । ତାହାକୁ ଆପଣ ନିଜ ଡାଏଟରେ ସାମିଲ କରିବା ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ ଉଚିତ ।

Get real time updates directly on you device, subscribe now.