fbpx

ରାଜ୍ୟରେ ବଢିଚାଲିଛି କରୋନା ମୃତ୍ୟୁ! ଆଜି ଜୀବନ ହାରିଲେ ୨ ମହିଳା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୩୦ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଆକ୍ରାନ୍ତଙ୍କ ସମେତ ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି । ଏହାରି ମଧ୍ୟରେ ଆଜି ନୂଆ ୨୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।

ତେବେ କରୋନାରେ ମୃତ୍ୟୁବରଣ କରିଥିବା ୨ ଜଣ ହେଉଛନ୍ତି ମହିଳା । ଜଣେ ୪୮ ବର୍ଷୀୟ ହୋଇଥିବା ବେଳେ ଅନ୍ୟ ଜଣେ ମାତ୍ର ୩୯ ବର୍ଷୀୟ ମହିଳା ବୋଲି ଜଣାପଡିଛି । ଯେ କି କିଡନୀ ରୋଗୀରେ ପୀଡିତ ଥିଲେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.