fbpx

ଟି-୨୦ ବିଶ୍ୱକପରେ କେଉଁ ଖେଳାଳିମାନେ ସ୍ଥାନ ପାଇବେ: ଦେଖନ୍ତୁ ୨୦ ଜଣିଆ ସମ୍ଭାବ୍ୟ ଲିଷ୍ଟ

ନୂଆଦିଲ୍ଲୀ: ଜୁନ ୧ ତାରିଖରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ । ମେ ୧ ତାରିଖ ସୁଦ୍ଧା ନିଜ ନିଜର ଟିମ୍ ଘୋଷଣା କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସମସ୍ତ ୨୦ଟି ଦେଶକୁ ଡେଡଲାଇନ୍ ଦିଆଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଜର ଟିମ୍ ପ୍ରାୟତଃ ପ୍ରସ୍ତୁତି କରିସାରିଛି । ତେଣୁ କେଉଁମାନେ ଏଥର ବିଶ୍ୱକପରେ ସ୍ଥାନ ପାଇବେ ତାହା ଏବେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ।

ଏହା ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଆଗାମୀ ଟି-୨୦ ବିଶ୍ୱକପରେ ବିସିସିଆଇ କେଉଁ ଖେଳାଳିଙ୍କୁ ସ୍ଥାନ ଦେବ ସେନେଇ ଉଲ୍ଲେଖ କରାଯାଇଛି । ୨୦ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମରେ ୬ ଜଣ ବ୍ୟାଟ୍ସମ୍ୟାନ, ୪ ଜଣ ଅଲରାଉଣ୍ଡର, ୩ ଜଣ ସ୍ପେଶାଲିଷ୍ଟ ସ୍ପିନର, ୩ ଜଣ ୱିକେଟ କିପର ଓ ୪ ଜଣ ଦ୍ରୁତ ବୋଲର ସାମିଲ ହୋଇ ପାରନ୍ତି । ଏଥିସହିତ ୫ ଜଣଙ୍କୁ ଷ୍ଟାଣ୍ଡବାଏ ରଖାଯାଇପାରେ ।

ବ୍ୟାଟ୍ସମ୍ୟାନ: ରୋହିତ ଶର୍ମା, ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂହ ।

ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶିବମ୍ ଦୁବେ ଓ ଅକ୍ଷର ପଟେଲ ।

ସ୍ପେଶାଲିଷ୍ଟ ସ୍ପିନର: କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ରବି ବିଷ୍ଣୋୟୀ ।

ୱିକେଟକିପର: ଋଷଭ ପନ୍ତ, କେଏଲ ରାହୁଲ ଓ ସଞ୍ଜୁ ସାମସନ ।

ଦ୍ରୁତ ବୋଲର: ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଅର୍ଥଦୀପ ସିଂହ ଓ ଆବେଶ ଖାନ ।

ସୂଚନାଯୋଗ୍ୟ ଯେ, ଚଳିତ ଥର ଟି-୨୦ ବିଶ୍ୱକପ ନକଆଉଟ୍ ସମେତ ମୋଟ ୩ଟି ପର୍ଯ୍ୟାୟରେ ଖେଳାଯିବ । ୨୦ଟି ଟିମକୁ ୫-୫ ହିସାବରେ ୪ଟି ଗ୍ରୁପରେ ଭାଗ କରାଯିବ । ପ୍ରତି ଗ୍ରୁପର ଟପ-୨ ଟିମ ସୁପର-୮ରେ ଏଣ୍ଟ୍ରି କରିବ । ଏହାପରେ ସମସ୍ତ ୮ଟି ଟିମ୍ ୪-୪ ହିସାବରେ ୨ଟି ଗ୍ରୁପରେ ବଣ୍ଟା ଯିବ । ସୁପର-୮ ଷ୍ଟେଜରେ ଦୁଇ ଗ୍ରୁପର ଶୀର୍ଷ ଦୁଇ-ଦୁଇ ଟିମ ସେମିଫାଇନାଲରେ ଖେଳିବେ । ଭାରତ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡ଼ା ଓ ୟୁଏସଏ ଗ୍ରୁପ-ଏ’ରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.