fbpx

ଚଳିତ ବଜେଟ୍ ଜନାଭିମୁଖୀ ନା ଜନବିରୋଧୀ: ଜାଣନ୍ତୁ ଏନେଇ କିଏ କ’ଣ କହୁଛନ୍ତି

Advertisement

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଦେଶରେ କରୋନା ଲହର ଜାରି ରହିଥିବାରୁ ଚଳିତ ଥର ଅର୍ଥମନ୍ତ୍ରୀ ପେପରଲେସ୍ ବଜେଟ୍ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହା ଚତୁର୍ଥ ବଜେଟ ହୋଇଥିବା ବେଳେ ଦେଶର ଜିଡିପି ଅଭିବୃଦ୍ଧି ୯.୨୭ ରହିବା ନେଇ ଅନୁମାନ କରାଯାଉଛି । ତେବେ ବଜେଟକୁ ବିଭିନ୍ନ ବ୍ୟକ୍ତିବିଶେଷ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

କଂଗ୍ରେସ: ଗୋଟିଏ ପଟେ ଦେଶ ଗରିବ ହେବାରେ ଲାଗିଛି ଅନ୍ୟପଟେ ସରକାର ଖଜାନା ଭରିବାରେ ଲାଗିଛନ୍ତି । ଦେଶବାସୀଙ୍କ ଭାବନା ସହିତ ଖେଳିବା ପାଇଁ ‘ସବକା ସାଥ ସବକା ବିକାଶ’ ନାରା ଦିଆଯାଉଛି ।

ରାହୁଲ ଗାନ୍ଧୀ: ମୋଦୀଙ୍କର ଏହା ଏକ ଜିରୋ ବଜେଟ୍ । ଏଥିରେ ବେତନଧାରୀ, ମଧ୍ୟବିତ୍ତ ଶ୍ରେଣୀ, ଗରିବ, ଯୁବକ, କୃଷକଙ୍କ ପାଇଁ କିଛି ସୁବିଧା ନାହିଁ ।

ମମତା ବାନାର୍ଜୀ: ସାଧାରଣ ଜନତାଙ୍କ ପାଇଁ ଚଳିତ ବଜେଟରେ କୌଣସି ଘୋଷଣା କରାଯାଇନାହିଁ । ଏହା ଏକ ପେଗାଗସ୍ ସ୍ପିନ୍ ବଜେଟ୍ ।

ବାସଭରାଜ ଏସ. ବୋମାଇ: କର୍ଣ୍ଣାଟକର ବିକାଶ ପାଇଁ ବଜେଟରେ ବହୁତ କିଛି ଘୋଷଣା କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ।

ରାଜନାଥ ସିଂହ: ଚଳିତ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ବିକାଶ ଓ ଆତ୍ମନିର୍ଭର ଭାରତ ଗଠନର ଚିତ୍ର ପ୍ରତିଫଳିତ ହୋଇଛି ।

ସୀତାରାମ ୟେଚୁରୀ: ବଜେଟରେ ଧନୀ ଶ୍ରେଣୀର ଲୋକଙ୍କୁ ଫାଇଦା ଦିଆଯାଇଛି । କୋଭିଡରେ ଚାକିରି ହରାଇଥିବା ଲୋକଙ୍କ ପାଇଁ କିଛି ନାହିଁ ।

ଜୟରାମ ରମେଶ: ଗୋଟିଏ ପଟେ ପରିବେଶ ସୁରକ୍ଷା ଓ ଅନ୍ୟପଟେ ନଦୀ ସଂଯୋଗୀକରଣ ପ୍ରକଳ୍ପ, ଏହା ମୋଦି ସରକାରଙ୍କ ଧ୍ୱଂସାଭିମୁଖୀ ମନୋଭାବକୁ ପରିପ୍ରକାଶ କରୁଛି ।

ଆନନ୍ଦ ମହିନ୍ଦ୍ରା: ଅର୍ଥମନ୍ତ୍ରୀଙ୍କ ଛୋଟିଆ ବଜେଟ ଭାଷଣ ବୃହତ୍ ଭାବେ ସମସ୍ତଙ୍କୁ ପ୍ରଭାବିତ କରିବ ।

ରଣଦୀପ ସିଂହ ସୂର୍ଯେୱାଲା: ବଜେଟରେ ଦେଶର ବେତନଭୋଗୀ ଓ ମଧ୍ୟବିତ୍ତଙ୍କୁ ଅଣଦେଖା କରାଯାଇଛି ।

ଉଦୟ କୋଟାକ: ଆତ୍ମନିର୍ଭର ଭାରତ ଗଠନରେ ଦିଗରେ ଏହି ବଜେଟ୍ ସହାୟକ ହେବ ।

 

Get real time updates directly on you device, subscribe now.