fbpx

ନୂଆ ବର୍ଷ ୨୦୨୨ର ସବୁଠାର ଶୁଭ ୬ ରାଶି, ଆପଣଙ୍କର ରାଶି ରହିଛି କି?

ସମସ୍ତେ ଆଶା କରିଥାନ୍ତି ନୂଆ ବର୍ଷ ନୂଆ ଆଶା ଓ ଉଦ୍ଦୀପନା ନେଇ ଆସୁ ସବୁ ବର୍ଷ ଭଲରେ କଟୁ । ବର୍ଷ ୨୦୨୨ ନବ ବର୍ଷର ଆଗମନକୁ ଆଉ ମାତ୍ର ଦେଢ଼ ମାସ ରୁ କମ ସମୟ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ବର୍ଷରେ ଏମିତି ୬ରାଶି ବିଷୟରେ କୁହାଯାଇଛି ଯେଉଁମାନଙ୍କ ପାଇଁ ୨୦୨୨ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ଏମିତି ଏହି ବର୍ଷରେ ଭାଗ୍ୟ ବଦଳିପାରେ । ତେବେ ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ ।

ସିଂହ: ସିଂହ ରାଶିର ଜାତକ ପାଇଁ ନବ ବର୍ଷ ୨୦୨୨ ଶୁଭ ଏବଂ ଭାଗ୍ୟାଶାଳୀ ରହିବ । ସିଂହ ରାଶିର ଜାତକଙ୍କୁ ନୂଆ ବର୍ଷରେ ଅନେକ ନୂଆ ଅବସର ମିଳିପାରେ । ନୂଆ ବର୍ଷରେ ଲୋକଙ୍କୁ ସାହଯ୍ୟ କରିବାରେ ସଙ୍କୋଚ କରନ୍ତୁ ନାହିଁ କାରଣ ଅନ୍ୟକୁ ସାହାଯ୍ୟ କଲେ ଶୁଭଫଳ ମିଳିଥାଏ ।

ବିଛା: ସିଂହ ରାଶି ବିଛା ରାଶି ଜାତକଙ୍କୁ ମଧ୍ୟ ନବ ବର୍ଷରେ ଅନେକ ସୁଯୋଗ ମିଳିବ । ବର୍ଷରେ ଆପଣଙ୍କ ସ୍ୱପ୍ନ ସାକାର ହୋଇପାରେ । ଗ୍ରହ ଆପଣଙ୍କ ପକ୍ଷରେ ରହିବେ, ତେଣୁ ଅଧିକର ଅଧିକ ଲାଭ ଉଠାଇବାର ପ୍ରୟାସ କରନ୍ତୁ ।

ବୃଷ: ଏହି ରାଶିର ଜାତକଙ୍କ ପାଇଁ ନୂଆ ବର୍ଷ ୨୦୨୨ ପରିବର୍ତ୍ତନ ଦୃଷ୍ଟିରୁ ଭଲ ରହିବ । କ୍ୟାରିୟରରେ ଉନ୍ନତି କରିବେ । ଧନ-ସମ୍ପତ୍ତି ବୃଦ୍ଧି କରିବାରେ ପୟାସ କରିପାରିବେ । କାର୍ଯ୍ୟସ୍ଥଳରେ ମଧ୍ୟ ପ୍ରଶଂସା ମିଳିବ ।

କୁମ୍ଭ: ଏହି ରାଶିର ଜାତକଙ୍କ ପାଇଁ ୨୦୨୨ ପୁଣିଥରେ ଜୀବନକୁ ଠିକ୍ ଭାବରେ ଆରମ୍ଭ କରିବାକୁ ସୁଯୋଗ ଦେବ । ଯଦି ଆପଣ ପ୍ରେମ ଜୀବନକୁ ନେଇ ଚିନ୍ତିତ ଥାନ୍ତି ତେବେ ଏହି ବର୍ଷ ଆପଣଙ୍କୁ ପ୍ରେମ ବ୍ୟାପାରରେ ଶୁଭଫଳ ଦେଇପାରେ । କଠିନ ପରିଶ୍ରମ ଦ୍ୱାରା ସଫଳତା ମଧ୍ୟ ପାଇପାରିବେ ।

ତୁଳା: ଏହି ରାଶିର ଜାତକଙ୍କ ପାଇଁ ନୂଆ ବର୍ଷ ଅତ୍ୟନ୍ତ ଶୁଭ ହେବ । ଆପଣଙ୍କ ଜୀବନରେ ସଫଳତା ମିଳିବାରେ ସଂପୂର୍ଣ୍ଣ ଆଶା ରହିଛି । ପେମ-ଜୀବନ ସୁଖଦ ରହିବ, ଏହା ସହ ଆର୍ଥକ ପରିସ୍ଥିତି ମଧ୍ୟ ସୁଧୁରିବ । ନୂଆ ଅବସର ମିଳିବ କିନ୍ତୁ ଏହାକୁ ପ୍ରାପ୍ତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ ।

ମକର: ଗତ ବର୍ଷ ଭଳି ନବବର୍ଷ ୨୦୨୨ ମଧ୍ୟ ଶୁଭ ରହିବ । ସଫଳତା ପଥରେ ନିରନ୍ତର ଅଗ୍ରସର ରହିବେ ।

Get real time updates directly on you device, subscribe now.