ନୂଆଦିଲ୍ଲୀ: ଦିନକୁ ଦିନ ପାଗରେ ପରିବର୍ତ୍ତନ ଆସୁଛି । ସବୁ ରେକର୍ଡ ଭାଙ୍ଗିଛି ତାପମାତ୍ରା । 2024ରେ ତାପମାତ୍ରା ରେକର୍ଡ ଭାଙ୍ଗିଥିବା ବେଳେ ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ବର୍ତ୍ତମାନ ଚିନ୍ତାକୁ ଦ୍ବିଗୁଣିତ କରିଛି । 2024କୁ ଟପିଯିବ 2025 । ଆଗାମୀ ଦିନରେ ଗ୍ରୀନ ହାଉସର ସ୍ତର ଆହୁରି ବୃଦ୍ଧି ପାଇବାକୁ ଥିବା ବେଳେ ତାପମାତ୍ରା ମଧ୍ୟ ରେକର୍ଡ ଭାଙ୍ଗିବ ବୋଲି କୁହାଯାଇଛି । ଗରମ ଉତ୍ତାପରେ ଛଟପଟ ହେବ ବିଶ୍ବବାସୀ ।
ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କ କହିବା ଅନୁସାରେ, 10 ବର୍ଷ ମଧ୍ୟରୁ 2025ର ତାପମାତ୍ରା ରେକର୍ଡ ଭାଙ୍ଗିବ । ୨୦୨୫ରେ ବଡ ଜଳବାୟୁ ପରିବର୍ତ୍ତନ ହେବ । ଯଦି ଏବେଠୁ ସତର୍କ ନହୁଅନ୍ତି ତେବେ ଆଗାମୀ ଦିନରେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି କୁହାଯାଇଛି । ନବୀକରଣଯୋଗ୍ୟ ଭବିଷ୍ୟତକୁ ସମର୍ଥନ କରିବାକୁ ପଡିବ, ଏହା ଦ୍ବାରା କେତେକାଂଶରେ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇପାରିବ । ଜଳବାୟୁ ପରିବର୍ତ୍ତନକୁ ନେଇ କ୍ରମାଗତ ରେଡ୍ ଆଲର୍ଟ ଜାରି କରାଯାଇଛି, ତଥାପି ଲୋକେ ସତର୍କ ହେଉନଥିବା କଥା କହିଛନ୍ତି WMO ସେକ୍ରେଟେରୀ ଜେନେରାଲ ସେଲଷ୍ଟେ ସାଉଲୋ । ୨୦୨୫ WMO ର ୭୫ ତମ ବାର୍ଷିକୀ ହେବାକୁ ଥିବା ବେଳେ ସୁରକ୍ଷିତ ରହିବା ପାଇଁ ସତର୍କ କରାଯିବ ବୋଲି କୁହାଯାଇଛି ।