fbpx

ଡଙ୍ଗା ବୁଡି ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା: ୨୧କୁ ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା

କେରଳ ଡଙ୍ଗା ଓଲଟିବା ଘଟଣାରେ ମୃତକଙ୍କ ସଂଖ୍ୟା ଏବେ ସୁଦ୍ଧା ୨୧ରେ ପହଞ୍ଚିଲାଣି । ଡଙ୍ଗାରେ ମୋଟ କେତେ ଜଣ ଯାତ୍ରୀ ଥଇଲେ ତାହା ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ତେବେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ବି ପ୍ରଚେଷ୍ଟା ଜାରି ରହିଛି ।

ସୂଚନା ଅନୁସାରେ, କେରଳ ମଲାପୁରମ୍ ଜିଲ୍ଲାର ତନୁର ଉପକୂଳରେ କିଛି ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡିଛି । ପର୍ଯ୍ୟଟକମାନଙ୍କୁ ନଦୀ ପାର କରାଇ ଦେଉଥିବା ବେଳେ ଏଭଳି ଏକ ଅଘଟଣ ଘଟି ଯାଇଛି । ତେବେ ଏହି ଡଙ୍ଗାରେ କେତେ ଜଣ ଯାତ୍ରୀ ଥିଲେ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ବି ମୃତ୍ୟୁସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ୨୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.