fbpx
BJD SKY
BJD SKY

ଫେରିଲେ ୨୧୯ ଭାରତୀୟ: ଦେଶର ନାଗରିକଙ୍କୁ ନେଇ ମୁମ୍ବାଇ ଅଭିମୁଖେ ବାହାରିଲା ପ୍ରଥମ ବିମାନ

BJD

ନୂଆଦିଲ୍ଲୀ: ୟୁକ୍ରେନରୁ ବିଦା ହୋଇଥିବା ୨୧୯ ଭାରତୀୟଙ୍କୁ ନେଇ ଭାରତକୁ ଫେରୁଛି ପ୍ରଥମ ବିମାନ । ରେମାନିଆରୁ ମୁମ୍ବାଇ ଅଭିମୁଖେ ପ୍ରଥମ ବିମାନ ଉଡାଣ ହୋଇଥିବା ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେ ଆହୁରି କହିଛନ୍ତି ଯେ, ଆମେ ଅଗ୍ରଗତି କରୁଛୁ ଏବଂ ଆମ ଦଳ ୨୪ ଘଣ୍ଟା ଗ୍ରାଉଣ୍ଡ ଉପରେ ପହରା ଦେବା ସହ ମୁଁ ନିଜେ ପରିସ୍ଥିତି ଉପରେ ନଜର ରଖିଛି ।

ୟୁକ୍ରେନରେ ଯୁଦ୍ଧ ଯୋଗୁଁ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରି ସାରିଛି ଭାରତ । ପ୍ରଥମେ ସଡକ ରାସ୍ତାରେ ୟୁକ୍ରେନର ପଡୋଶୀ ରାଷ୍ଟ୍ରକୁ ପଠାଯିବା ପରେ ସେଠାରୁ ଏୟାର ଇଣ୍ଡିଆ ସାହାଯ୍ୟରେ ଦେଶକୁ ଫେରାଇ ଆଣୁଛି ସରକାର । ଏହି ପରିପ୍ରେକ୍ଷୀରେ ପ୍ରଥମ ବିମାନ ରୋମାନିଆରୁ ୨୧୯ ଭାରତୀୟଙ୍କୁ ଧରି ଭାରତକୁ ଫେରୁଛି । ଏହି ବିମାନ ଆସନ୍ତା ରବିବାର ପ୍ରାୟ ରାତ୍ର ୧.୫୦ରେ ଦିଲ୍ଲୀ ଏୟାରପୋର୍ଯରେ ଅବତରଣ କରିବ । ସେହିପରି ଆଜି ମଧ୍ୟ ଦ୍ୱିତୀୟ ବିମାନ ଅପରାହ୍ନ ୪.୧୫ରେ ଭାରତ ଅଭିମୁଖେ ଉଡାଣ ଭରିବ ଯାହା ରବିବାର ସକାଳ ୭.୪୦ରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବ । ୟୁକ୍ରେନରୁ ଆସୁଥିବା ଭାରତୀୟଙ୍କ ପାଇଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ସମସ୍ତ ପ୍ରସ୍ତୁତି କରାଯାଉଛି । ଫଳରେ ୟୁକ୍ରେନରୁ ଫେରୁଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଯାଇ ପାରିବ ।

Get real time updates directly on you device, subscribe now.