fbpx

ବାଇକ ଚାଳକଙ୍କୁ ୨୨ ହଜାର ଫାଇନ

Advertisement

ସୁନ୍ଦରଗଡ଼, ୨୭ା୧୨ (ଓଡିଶା ଭାସ୍କର): ଟ୍ରାଫିକ ନିୟମ ଉଲ୍ଲଂଘନ କରି ଜଣେ ବାଇକ ଚାଳକ ୨୨ ହଜାର ଟଙ୍କା ଫାଇନ ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି ।

ରାଜଗାଙ୍ଗପୁରରେ ଚେକିଂ ସମୟରେ ବାଇକ ଆରୋହୀ ଜଣକ ଧରାପଡ଼ିଥିବା ଜଣାପଡ଼ିଛି । ଚାଳକ ଜଣକ ମଦ ପିଇ ବାଇକ ଚଳାଇବା ସହିତ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା । ଫଳରେ ଟ୍ରାଫିକ ପୋଲିସ ତାଙ୍କଠାରୁ ୨୨ ହଜାର ଟଙ୍କାର ଫାଇନ କାଟିଥିବା ଜଣାପଡ଼ିଛି । ସରକାରଙ୍କ ତରଫରୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଗଲେ ମଧ୍ୟ ଅନେକ ଲୋକ ସଚେତନ ହେଉନଥିବା ଦେଖାଯାଉଛି ।

Get real time updates directly on you device, subscribe now.